ଉତ୍ତରପ୍ରଦେଶ : ସ୍କୁଲ ଘରେ ଗାଈ ବନ୍ଧା ହୋଇଛନ୍ତି , ବାହାରେ ପଢୁଛନ୍ତି ପିଲା

ମୁଜାଫରନଗର (ୟୁପି) : ଉତ୍ତରପ୍ରଦେଶର ସାମଲି ଜିଲ୍ଲା ମୁଜାଫରନଗରରେ ଏକ ଅଜବ ଘଟଣା ଘଟିଛି । ସ୍ଥାନୀୟ କୁଡାନା ଗ୍ରାମବାସୀ ନିକଟରେ ଥିବା ଏକ ପ୍ରାଥମିକ ସ୍କୁଲକୁ ଗାଈ ଗୁହାଳରେ ପରିଣତ କରିଦେଇଛନ୍ତି । ଲୋକମାନେ ଶ୍ରେଣୀଗୃହରେ ଗାଈମାନଙ୍କୁ ବାନ୍ଧି ତାଲା ପକାଇଦେଇଛନ୍ତି ।

ଫଳରେ ଶିକ୍ଷକମାନେ ବାଧ୍ୟ ହୋଇ ବାହାରେ ପିଲାମାନଙ୍କୁ ପାଠ ପଢାଉଛନ୍ତି । ଏ ନେଇ ଶିକ୍ଷା ବିଭାଗ ପକ୍ଷରୁ ପୁଲିସରେ ଅଭିଯୋଗ କରାଯିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି ଓ ପ୍ରାୟ ୨୪ ଜଣଙ୍କ ବିରୋଧରେ ଏଫଆଇଆର ରୁଜ୍ଜୁ କରାଯାଇଛି । ସାମଲି ଏସପି ଅଜୟ କୁମାର ପାଣ୍ଡେ କହିଛନ୍ତି ଯେ ପାଠପଢାରେ ବାଧାସୃଷ୍ଟି କରୁଥିବା ବ୍ୟକ୍ତିମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥ ସରକାର ଆସିବା ପରେ ବୁଲା ଗାଈ ଗୋରୁଙ୍କ ପାଇଁ ଯତ୍ନ ପାଇଁ ଯଥେଷ୍ଟ ପଦକ୍ଷେପ ଗ୍ରହଣ କରାଯାଉଛି । ପ୍ରତି ପୌରନିଗମରେ ବୁଲାଗାଈଗୋରୁଙ୍କ ପାଇଁ ଆଶ୍ରୟସ୍ଥଳୀ ନିର୍ମାଣ ଲାଗି ୧୦ କୋଟି ଟଙ୍କା ଦିଆଯାଉଛି । ସେହିପରି ଗୋରୁଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ପ୍ରତି ଜିଲ୍ଲାକୁ ୧.୨ କୋଟି ଦିଆଯାଉଛି ।

ସମ୍ବନ୍ଧିତ ଖବର