ହରିୟାଣା: ପରାଜିତ ସରପଞ୍ଚ ପ୍ରାର୍ଥୀଙ୍କୁ ଗ୍ରାମବାସୀ ୨.୧୧ କୋଟି ଟଙ୍କା ଓ କାର୍ ଉପହାର ଦେଲେ

ଚଣ୍ଡୀଗଡ଼ : ହରିୟାଣା ରୋହତକ ଜିଲ୍ଲାର ଚିରି ଗାଁର ଲୋକମାନେ ତାଙ୍କ ଗାଁର ଜଣେ ଭାଇ ପଞ୍ଚାୟତ ନିର୍ବାଚନ ଲଢ଼ି ହାରିଯିବା ପରେ ତାଙ୍କ ପ୍ରତି ଅଭିନବ ଉପାୟରେ ସମବେଦନା ପ୍ରକାଶ କରିଛନ୍ତି। ମାତ୍ର ୬୬ଟି ଭୋଟରେ ହାରିଯାଇଥିବା ସରପଞ୍ଚ ପ୍ରାର୍ଥୀ ଧର୍ମପାଳ ଓରଫ କାଲାଙ୍କୁ ତାଙ୍କ ନୈତିକ ମନୋବଳ ନ ଭାଙ୍ଗିବା ପାଇଁ ସେମାନେ ଚାନ୍ଦା କରି ୨.୧୧ କୋଟି ଟଙ୍କା ଏବଂ ଗୋଟିଏ ସ୍କର୍ପିଓ ଏସ୍‌ୟୁଭି (ବଡ଼ କାର୍) ଉପହାରସ୍ବରୂପ ପ୍ରଦାନ କରିଛନ୍ତି। ଏଥି ସହ ତାଙ୍କୁ ପଗଡ଼ି ଓ ଫୁଲମାଳ ଦ୍ବାରା ସମ୍ବର୍ଦ୍ଧିତ କରିଛନ୍ତି।

ଧର୍ମପାଳଙ୍କ ସମ୍ମାନ୍ନାର୍ଥେ ଶୁକ୍ରବାର ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଆଖପାଖ ଗାଁର ଲୋକ ଓ ବିଭିନ୍ନ ଖାପ ପଞ୍ଚାୟତର ପ୍ରତିନିଧି ମଧ୍ୟ ଏଥିରେ ଯୋଗ ଦେଇଥିଲେ। ଗାଁର ଭାଇଚାରା ବଜାୟ ରଖିବା ଏବଂ ପ୍ରାର୍ଥୀଙ୍କ ନୈତିକ ବଳ ନ ଭାଙ୍ଗିବା ପାଇଁ ସେମାନେ ଏହା କରିଥିଲେ। ଖାପ ପଞ୍ଚାୟତଗୁଡ଼ିକ ମଧ୍ୟ ତାଙ୍କୁ ସମ୍ମାନିତ କରିବା ସହ ବିଭିନ୍ନ ଖାପ ପଞ୍ଚୟତରେ ଗୁରୁତ୍ବପୂର୍ଣ୍ଣ ପଦ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର