ଆଦିଲାବାଦ: ତେଲେଙ୍ଗାନାର ଆଦିଲାବାଦ ଜିଲ୍ଲାର ଏକ  ଗାଁର ବାସିନ୍ଦାମାନେ କଂଗ୍ରେସ ନେତା ସୋନିଆ ଗାନ୍ଧୀ ଏବଂ  ରାହୁଲ ଗାନ୍ଧୀଙ୍କୁ ଲେଖିଥିବା ଚିଠିରେ ଊଲ୍ଲେଖ କରିଛନ୍ତି ଯେ ନିର୍ବାଚନ ସମୟରେ ୧୦୦ଦିନ ମଧ୍ୟରେ  ୬ ଗ୍ୟାରେଣ୍ଟି କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।  କିନ୍ତୁ ରାଜ୍ୟରେ କଂଗ୍ରେସ ସରକାର କ୍ଷମତାରେ ରହିବାର ୩୦୦ଦିନ ପୂରଣ କରିସାରିଲେଣି। ଶୀଘ୍ର ପ୍ରତିଶ୍ରୁତି  ପୂରଣ କରନ୍ତୁ।

Advertisment

୬  ଗ୍ୟାରେଣ୍ଟି ତୁରନ୍ତ କାର୍ଯ୍ୟକାରୀ କରିବାକୁ ଗ୍ରାମବାସୀମାନେ ଚିଠିରେ  ଦାବି କରିଛନ୍ତି। ଗତ ବର୍ଷ ନଭେମ୍ବରରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ​​କଂଗ୍ରେସ ଦେଇଥିବା ଗ୍ୟାରେଣ୍ଟି ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିବେଦନ କରି ଆଦିଲାବାଦ ଜିଲ୍ଲାର ଇକୋଡା ମଣ୍ଡଳର ମୁଖରା ଗାଁର ଗ୍ରାମବାସୀମ‌ାନେ  ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ଚିଠି ପଠାଇଛନ୍ତି।

 କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଲେଖିଥିବା ଏକ ଚିଠିରେ ମୁଖରା ଗାଁର ବୈଷ୍ଣବୀ କହିଛନ୍ତି ଯେ ନିର୍ବାଚନ ସମୟରେ ଆପଣ ନିଜ ଇସ୍ତାହାରରେ ଦେଇଥିବା ୬ ଟି ପ୍ରତିଶ୍ରୁତି ପୂରଣ କରି ନାହାନ୍ତି। ମହାଲକ୍ଷ୍ମୀ ଯୋଜନା ଅନ୍ତର୍ଗତ ମହିଳାମାନଙ୍କୁ ୨୫୦୦ ଟଙ୍କା ଦେବାର ପ୍ରତିଶ୍ରୁତି ମଧ୍ୟ ପୂରଣ ହୋଇପାରି ନାହିଁ।

ଆହୁରି ମଧ୍ୟ  ସେ ଲେଖିଛନ୍ତି ମୁଁ ସୋନିଆ ଗାନ୍ଧୀ ମ୍ୟାଡାମ୍‌ଙ୍କୁ  ଅନୁରୋଧ କରୁଛି, ନିର୍ବାଚନ ସମୟରେ ଆପଣଙ୍କ ଦଳ ଦେଇଥିବା ୬ ଟି ପ୍ରତିଶ୍ରୁତି ଶୀଘ୍ର କାର୍ଯ୍ୟକାରୀ କରାଯିବା ଉଚିତ୍ ।  ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ସମୟରେ ସୋନିଆ ଗାନ୍ଧୀ ମ୍ୟାଡାମ୍ ତୁକୁକୁଡାଠାରେ ହୋଇଥିବା ସାଧାରଣ ସଭାରେ କହିଥିଲେ ଯେ ମହାଲକ୍ଷ୍ମୀ ଯୋଜନା ଅନ୍ତର୍ଗତ ପ୍ରତ୍ୟେକ ମହିଳାଙ୍କୁ ମାସକୁ ୨୫୦୦ ଟଙ୍କା ଦେବା ପ୍ରଥମ ଗ୍ୟାରେଣ୍ଟି ।

୧୦୦ ଦିନରେ ୬ ଟି ଗ୍ୟାରେଣ୍ଟି କାର୍ଯ୍ୟକାରୀ କରାଯିବ ବୋଲି କୁହାଯାଇଥିଲା। ସରକାର କ୍ଷମତାକୁ ଆସିବାର ୩୦୦ ଦିନ ବିତିଗଲାଣି, କିନ୍ତୁ ଏପର୍ଯ୍ୟନ୍ତ  ୬ଟି ଗ୍ୟାରେଣ୍ଟି କାର୍ଯ୍ୟକାରୀ ହୋଇନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ମହିଳା ମହାଲକ୍ଷ୍ମୀ ଯୋଜନା ଅନ୍ତର୍ଗତ ୨୫୦୦ଟଙ୍କା ପାଇନାହାନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଗ୍ରାମବାସୀ ମୁଖ୍ୟମନ୍ତ୍ରୀ ଏ. ରେୱନ୍ତ ରେଡ୍ଡୀଙ୍କୁ  ମଧ୍ୟ ୬ ଗ୍ୟାରେଣ୍ଟି କାର୍ଯ୍ୟକାରୀ କରିବାରେ ବିଳମ୍ବକୁ ନେଇ ଅସନ୍ତୋଷ ବ୍ୟକ୍ତ କରି ଚିଠି ଲେଖିଛନ୍ତି।