ଭୟରେ ଭାରତ-ନେପାଳ ସୀମାବର୍ତ୍ତୀ ଗ୍ରାମବାସୀ

ଗୋରଖପୁର: ନେପାଳ ଏବେ ଚୀନ୍‌ର କଥାରେ ପରିଚାଳିତ ହୋଇ ଭାରତ ବିରୋଧରେ ଉତ୍ତେଜନସୃଷ୍ଟିକାରୀ ପଦକ୍ଷେପ ନେଉଥିବାରୁ ଭାରତ ମଧ୍ୟ ନିଜ ଆଭିମୁଖ୍ୟ କଠୋର କରିଛି। ସୀମାରେ ନେପାଳ ସେନା ଅଧିକ ସଂଖ୍ୟାରେ ମୁତୟନ ହେବାପରେ ଭାରତ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିଛି। ତେବେ ଭାରତ ଓ ନେପାଳ ମଧ୍ୟରେ ସୀମା ବିବାଦ ଆରମ୍ଭ ହେବାପରେ ସୀମାବର୍ତ୍ତୀ ଗ୍ରାମବାସୀମାନେ ଭୟଭୀତ ହୋଇ ରହିଛନ୍ତି। ସୀମାରେ ଏବେ ଯାତାୟତ ଉପରେ କଠୋର କଟକଣା ଲାଗୁ ହୋଇଛି ଏବଂ ଏଥି ଯୋଗୁଁ ବେପାର ମଧ୍ୟ ଠପ୍‌ ହୋଇଯାଇଛି। ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଭାରତ ବିରୋଧୀ ଆଭିମୁଖ୍ୟ ଦେଶ ଭିତରେ ବି ଜୋର୍‌ଦାର ବିରୋଧ ଆରମ୍ଭ ହେଲାଣି। ଗୋଟିଏ ପଟେ ନେପାଳ ଏବେ ଭାରତ ସହ ବିବାଦ ବଢ଼ାଇଥିବା ବେଳେ ଅନ୍ୟପଟେ ଚୀନ୍‌ ନେପାଳର ବିଭିନ୍ନ ଅଂଚଳ ନିଜ କବ୍‌ଜାକୁ ନେବା ଆରମ୍ଭ କରିଛି।

ସମ୍ବନ୍ଧିତ ଖବର