ପାଣାଜୀ: ଗୋଆରେ ହାଇ ସ୍କୁଲ ପାଠ୍ୟପୁସ୍ତକରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ) ବିଚାରଧାରା ପ୍ରତିଫଳନ ଦେଖିବାକୁ ମିଳିଛି। କଂଗ୍ରେସ ଅଭିଯୋଗ ଆଣିଛି ଯେ, ଭାରତୀୟ ଜନତା ପାର୍ଟି(ବିଜେପି) ଯେବେଠାରୁ କ୍ଷମତାକୁ ଆସିଛି, ସେହିଦିନ ଠାରୁ ସଂଘର ନିର୍ଦ୍ଦେଶରେ ଶାସନ ଚାଲିଛି। କଂଗ୍ରେସ ପକ୍ଷରୁ ପ୍ରଶ୍ନ କରାଯାଇଛି ଯେ, ଏବେ ପଣ୍ଡିତ ଜବାହରଲାଲଙ୍କ ସ୍ଥାନରେ ବିନାୟକ ଦାମୋଦର ସଭରକର ସ୍ଥାନ ନେଇଛନ୍ତି। କ’ଣ ଆଗାମୀ ଦିନରେ ମହାତ୍ମା ଗାନ୍ଧୀଙ୍କୁ ବି ବାହାର କରି ଦିଆଯିବ? କଂଗ୍ରେସର ଛାତ୍ର ଶାଖା ‘ନ୍ୟାସନାଲ ଷ୍ଟୁଡେଣ୍ଟସ୍ ୟୁନିୟନ ଅଫ ଇଣ୍ଡିଆ’ର ଗୋଆ ଅଧ୍ୟକ୍ଷ ଅହରାଜ ମୁଲ୍ଲା ପୁସ୍ତକରୁ ନେହରୁଙ୍କୁ ବାହାର କରି ସଭରକରଙ୍କ ଫଟୋ ଛପାଯାଇଥିବା ବିଷୟରେ ସୂଚନା ଦେଇଛନ୍ତି।
ଛାତ୍ର ନେତା ଅହରାଜ ମୁଲ୍ଲା କହିଛନ୍ତି, ଏହା ବଡ଼ ଦୁଃଖଦ ଘଟଣା ଯେ, ଗୋଆ ଶିକ୍ଷା କର୍ତ୍ତୃପକ୍ଷ ପାଠ୍ୟପୁସ୍ତକରୁ ପଣ୍ଡିତ ନେହରୁଙ୍କ ଫଟୋ ବାହାର କରି ଦିଆଯାଇଛି ଓ ସଭରକରଙ୍କ ଫଟୋ ଲଗାଇ ଦେଇଛନ୍ତି। କଂଗ୍ରେସ ଛାତ୍ର ସଂଗଠନ ନେତା କହିଛନ୍ତି, କାଲି ଗାନ୍ଧୀଙ୍କ ଫଟୋ ମଧ୍ୟ ବାହାର କରିଦେବେ ଓ ପ୍ରଶ୍ନ ପଚାରିବେ ଯେ, କଂଗ୍ରେସ ବିଗତ ୬୦ ବର୍ଷରେ କ’ଣ କରିଛି।
Tomorrow, they’ll remove photo of Mahatma Gandhi & question us what Congress has done in 60 yrs. We’ll meet Goa CM but if he also follows RSS ideology & doesn’t put Jawaharlal Nehru’s photograph back, we will take to streets and protest: Ahraz Mulla, NSUI pic.twitter.com/na9zFoCS7c
— ANI (@ANI) July 25, 2018
‘ଏନଏସୟୁଆଇ’ର ଗୋଆ ଅଧ୍ୟକ୍ଷ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ତାଙ୍କୁ ଏହା ସୁନିଶ୍ଚିତ କରିବା ଦରକାର ଥିଲା ଯେ, ଇତିହାସକୁ ବଦଳାଇବେ ନାହିଁ, ଯାହା ଆମକୁ ଆମର ପୂର୍ବଜ ଦେଇଛନ୍ତି। ଏଥିରେ ଲେଖାଯାଇଛି ଯେ, କଂଗ୍ରେସ ଗାନ୍ଧିଜୀଙ୍କ ନେତୃତ୍ୱରେ ଇଂରେଜମାନଙ୍କର ବିରୋଧରେ ଲଢ଼େଇ କରି ଭାରତକୁ ସ୍ୱାଧୀନ ଦେଇଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁସାରେ ‘ଭାରତ ଓ ସମକଳାଳୀନ ବିଶ୍ୱ ଭାଗ-୨ (ଲୋକତାନ୍ତ୍ରିକ ରାଜନୀତି)’ ଶୀର୍ଷକ ଏହି ପୁସ୍ତକ ଇତିହାସ ଓ ରାଜନୀତି ବିଜ୍ଞାନ ପାଠ୍ୟପୁସ୍ତକ। ଏହା ଗୋଆରେ ୧୦ମ ଶ୍ରେଣୀ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମର ଅଂଶବିଶେଷ।