ବେଦାନ୍ତରେ ହିଂସା ମାମଲା : ରିପୋର୍ଟ ତଲବ କଲେ ଏନ୍‌ଏଚ୍ଆରସି

ନୂଆଦିଲ୍ଲୀ : ଚଳିତମାସ ୧୮ ତାରିଖରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ସ୍ଥିତ ବେଦାନ୍ତ କାରଖାନା ପରିସରରେ ପୁଲିସ ଗୁଳିଚାଳନା ମାମଲାରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କଠାରୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ତଲବ କରିଛନ୍ତି ଏନ୍‌ଏଚଆରସି। ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାପାଇଁ ଏନ୍‌ଏଚଆରସି ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଲାଞ୍ଜିଗଡ଼ ସ୍ଥିତ ବେଦାନ୍ତ କାରଖାନା ପରିସରରେ ଆନ୍ଦୋଳନକାରୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ‌ହୋଇ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୩୦ରୁ ଅଧିକ ଆହତ ହୋଇଥିଲେ। ଘଟଣାର ନିରପେକ୍ଷ ତଦନ୍ତ ତଥା ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ‌ଲେଖାଏଁ କ୍ଷତିପୂରଣ ଦାବି କରି ଏନ୍‌ଏଚଆରସିରେ ପିଟିସନ୍‌ ଦାଖଲ କରିଥିଲେ ସୁପ୍ରିମକୋର୍ଟର ଆଇନଜୀବୀ ଓ ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ।

ସମ୍ବନ୍ଧିତ ଖବର