ଟ୍ରମ୍ପ୍‌ଙ୍କ ଧମକ ସତ୍ତ୍ୱେ ‘ପେଣ୍ଟାଗନ୍‌’ ସେନା ମୁତୟନକୁ ଅରାଜି

ୱାସିଂଟନ୍‌ : ଆମେରିକାରେ ଉପୁଜିଥିବା ଅସମ୍ଭାଳ ସ୍ଥିତିର ନିୟନ୍ତ୍ରଣ ପାଇଁ ରାଷ୍ଟ୍ରପତି ଡୋନାଲଡ୍‌ ଟ୍ରମ୍ପ ସକ୍ରିୟ ମିଲିଟାରୀ ବାହିନୀ ମୁତୟନ କରିବାକୁ ବାରମ୍ବାର କହୁଥିଲେ ସୁଦ୍ଧା ଆମେରିକୀୟ ସେନା ମୁଖ୍ୟାଳୟ (ପେଣ୍ଟାଗନ୍‌) ଏଥିରେ ସଂଯମତା ଅବଲମ୍ବନ କରୁଛି। ଦେଶବ୍ୟାପୀ ବିକ୍ଷୋଭ ଶୋଭାଯାତ୍ରା, ପ୍ଲାକାର୍ଡ ପ୍ରଦର୍ଶନ, ନାରାବାଜି, ପୋଡ଼ାଜଳା ଓ ଲୁଟ୍‌ତରାଜ ଚାଲିଥିଲେ ସୁଦ୍ଧା କେବଳ ଆବଶ୍ୟକ ସ୍ଥଳେ ନିରାପତ୍ତା ରକ୍ଷୀ ମୁତୟନ ସପକ୍ଷରେ ପେଣ୍ଟାଗନ୍‌ ଅଧିକାରୀମାନେ ଅଛନ୍ତି।

ଜଣେ ପ୍ରତିରକ୍ଷା ଅଧିକାରୀ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ ଦେଶରେ ୨୮୦୦ ନ୍ୟାସନାଲ ଗାର୍ଡଙ୍କୁ ମୁତୟନ କରାଯିବାର ଯୋଜନା ହୋଇଛି। ତେବେ ଶାନ୍ତିପୂର୍ଣ ପ୍ରଦର୍ଶନ କରୁଥିବା ନାଗରିକମାନଙ୍କ ବିରୋଧରେ ସେନା ଲଗାଇବା ସପକ୍ଷରେ ପେଣ୍ଟାଗନ୍‌ ନାହିଁ। ତେଣେ ସହରର ଏକାଧିକ ଚର୍ଚ୍ଚ ପାଖ ଛକରେ/ ରାସ୍ତାରେ ଟ୍ରମ୍ପ୍‌ ହାତରେ ବାଇବେଲ ଧରି ଠିଆହେବା ବା ଚାଲିବାକୁ କିଛି ସମାଲୋଚକ ଫଟୋଗ୍ରାଫି ବ୍ୟାକୁଳତା କହୁଥିବା ବେଳେ ଅନେକେ କହୁଛନ୍ତି ଏହା ଶାନ୍ତିର ବାର୍ତ୍ତା ପ୍ରେରଣର ଏକ ଉଦ୍ୟମ। ଟ୍ରମ୍ପ କହିଛନ୍ତି, ‘‘ଆମର ଦେଶ ବିଶ୍ୱର ଏକ ମହାନ୍‌ ଦେଶ, ଆମେ ଏହାକୁ ସୁରକ୍ଷିତ ରଖିବାକୁ ଯାଉଛୁ।’’

ସମ୍ବନ୍ଧିତ ଖବର