ଝାଡ଼ଖଣ୍ଡ ଭିଡ଼ହିଂସା ମାମଲା, ୫ ଗିରଫ, ୨ ପୁଲିସ ଅଧିକାରୀ ନିଲମ୍ବିତ

ରାଞ୍ଚି: ଝାଡ଼ଖଣ୍ଡରେ ଗତ ସପ୍ତାହରେ ହୋଇଥିବା ଭିଡ଼ହିଂସାରେ ଜଣେ ଯୁବକର ମୃତ୍ୟୁ ଘଟିବା ପରେ ଏହାକୁ ନେଇ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ଦେଖାଦେବା ପରେ ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି। ଏଥିସହିତ ୨ ଜଣ ପୁଲିସ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ୨୪ ବର୍ଷୀୟ ଯୁବକ ତାବାରେଜ୍ ଅନସାରିଙ୍କୁ ମୋଟର ସାଇକଲ ଚୋରି ଅଭିଯୋଗରେ ଅଭିଯୁକ୍ତମାନେ ସଂପୃକ୍ତ ଯୁବକକୁ ଏକ ଖୁଣ୍ଟରେ ବାନ୍ଧିଦେବା ସହିତ ପିଟିଥିଲେ। ଏହାପରେ ତାକୁ ଜୟ ଶ୍ରୀ ରାମ ଏବଂ ଜୟ ହନୁମାନ କହିବା ଲାଗି ବାଧ୍ୟ କରିଥିଲେ। ସେ ଜାମସେଦପୁରରୁ ତାଙ୍କ ଘର ଷଢ଼େଇକଳା ଖରସୁଆଁକୁ ଫେରିବା ସମୟରେ ଏଭଳି ଅଘଟଣ ଘଟିଥିଲା। ସେ ଚେତା ହରାଇବା ପରେ ତାକୁ ପୁଲିସକୁ ହସ୍ତାନ୍ତର କରାଯାଇଥିଲା। ପୁଲିସ ହେପାଜତରେ ତାକୁ ୪ ଦିନ ରଖାଯିବା ପରେ ଡାକ୍ତରଖାନା ନିଆଯାଇଥିଲା। ଡାକ୍ତରଖାନା ଯିବା ବାଟରେ ତାର ଗତ ଶନିବାର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର