ନାଗରିକତା ଆଇନକୁ ବିରୋଧ : ପଶ୍ଚିମବଙ୍ଗରେ ହିଂସା ବ୍ୟାପିଲା, ୫ ଖାଲି ଟ୍ରେନ୍‌ରେ ନିଆଁ ଲଗାଇଦେଲେ

ବିଭିନ୍ନ ସ୍ଥାନରେ ରାଜପଥ ଅବରୋଧ, ୟୁପିରେ ବି ଜୋର୍‌ଦାର ଆନ୍ଦୋଳନ

ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ଆଇନ ବିରୋଧରେ ହିଂସାତ୍ମକ ଆନ୍ଦୋଳନ ଥମୁନାହିଁ। ଆସାମ, ତ୍ରିପୁରା ଏବଂ ମେଘାଳୟରେ ବ୍ୟାପକ ହିଂସା ପରେ ସେଠାରେ ପରିସ୍ଥିତି ସୁଧୁରୁଥିବା ବେଳେ ଏବେ ପଶ୍ଚିମବଂଗ‌ର ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ପଶ୍ଚିମବଂଗ‌lର ଗତକାଲିଠାରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ଆଜି ଆହୁରି ଉଗ୍ର ହୋଇଛି। ମୁର୍ସିଦାବାଦ ଜିଲ୍ଲାରେ ୫ଟି ଖାଲି ଟ୍ରେନ୍‌ରେ ଆନ୍ଦୋଳନକାରୀମାନେ ନିଆଁ ଲଗାଇ ଦେଇଛନ୍ତି। ବିଭିନ୍ନ ସ୍ଥାନରେ ରେଳ ଧାରଣା ଅବରୋଧ ଯୋଗୁଁ ଗୁରୁତର ସମସ୍ୟା ସୃଷ୍ଟି ହୋଇଛି। ଅନେକ ସ୍ଥାନରେ ଟ୍ରେନ ଉପରେ ପଥର ମାଡ଼ ମଧ୍ୟ ହୋଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପଶ୍ଚିମବଙ୍ଗରେ ଶାନ୍ତି ରକ୍ଷା କରିବା ପାଇଁ ଆନ୍ଦୋଳନକାରୀଙ୍କୁ ନିବେଦନ କରିଛନ୍ତି। ତେବେ ଏହି ଆନ୍ଦୋଳନ ପଛରେ ଟିଏମ୍‌ସିର ଯୋଜନାବଦ୍ଧ ଷଡ଼ଯନ୍ତ୍ର ରହିଛି ଏବଂ ଅନୁପ୍ରବେଶକାରୀଙ୍କୁ ହିଂସା ପାଇଁ ଟିଏମ୍‌ସି ନେତାମାନେ ହିଁଉସୁକାଉଛନ୍ତି ବୋଲି ରାଜ୍ୟ ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି।

ନାଗରିକତା ଆଇନ ବିରୋଧରେ ଉତ୍ତର ପ୍ରଦେଶରେ ମଧ୍ୟ ଆନ୍ଦୋଳନ ମୁଣ୍ଡ ଟେକିଛି। ଆଜି ଆଲିଗଡ଼ ମୁସ୍‌ଲିମ ବିଶ୍ବବିଦ୍ୟାଳୟର ଛାତ୍ରମାନେ ହିଂସାତ୍ମକ ବିକ୍ଷୋଭ ଆରମ୍ଭ କରିବାକୁ ପୁଲିସ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଛି। ଆଲିଗଡ଼ ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଶାହରନପୁରରେ ମଧ୍ୟ ଏହି ଆଇନ ବିରୋଧରେ କେତେକ ମୁସ୍‌ଲିମ ସଂଗଠନ ରାସ୍ତାକୁ ଓହ୍ଲାଇବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ବୁଲନ୍ଦସହର, ବିଜ୍‌ନୋର, ବାଗପତ, ମୁଜାଫରନଗର, ସାମଲିରେ ସିଏବି ବିରୋଧୀ ବିକ୍ଷୋଭ ପ୍ରଦର୍ଶନ ହୋଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Comments are closed.