ନୂଆଦିଲ୍ଲୀ: ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରୁ ନଥିବାରୁ ଆଜି ରିଜର୍ଭ ବ୍ୟାଙ୍କକୁ କଡ଼ା ଚେତାବନୀ ଶୁଣାଇଛନ୍ତି ସୁପ୍ରିମ୍ କୋର୍ଟ। ସୁପ୍ରିମ୍ କୋର୍ଟଙ୍କ ଏକ ଖଣ୍ଡପୀଠ ଆଜି ବେଶ୍ ସ୍ପଷ୍ଟ ଭାବେ କହିଛନ୍ତି, ‘ଆମେ ଆଜି ତୁମକୁ ଶେଷ ସୁଯୋଗ ଦେଉଛୁ। ଏହା ପରେ ବି ଯଦି ତୁମେ ଆମ ନିର୍ଦ୍ଦେଶକୁ କାର୍ଯ୍ୟକାରୀ ନକର, ତେବେ ପରିଣତି ପାଇଁ ତୁମେ ଦାୟୀ ରହିବ’।
ଉଲ୍ଲେଖଯୋଗ୍ୟ, ସୂଚନା ଅଧିକାର (ଆର୍ଟିଆଇ) ଆଇନ୍ ବଳରେ ବ୍ୟାଙ୍କଗୁଡ଼ିକ ଆଇନ୍ର ସ୍ୱଚ୍ଛତା ରକ୍ଷା ପାଇଁ ସେମାନଙ୍କ ବାର୍ଷିକ ରିପୋର୍ଟକୁ ପ୍ରଦାନ କରିବାକୁ ହେବ। ଏବଂ ଏହାକୁ ନିଶ୍ଚିତ କରିବା ପାଇଁ ସୁପ୍ରିମ୍ କୋର୍ଟ ରିଜର୍ଭ ବ୍ୟାଙ୍କକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ, ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ବ୍ୟାଙ୍କଗୁଡ଼ିକ ସୂଚନା ଅଧିକାର (ଆର୍ଟିଆଇ) ଆଇନ୍ ବଳରେ ମଗା ଯାଉଥିବା ସେମାନଙ୍କ ବାର୍ଷିକ ରିପୋର୍ଟକୁ ପ୍ରଦାନ କରୁ ନଥିଲେ। ଏହାର ବିରୋଧରେ ସୁପ୍ରିମ୍ କୋର୍ଟରେ ରିଜର୍ଭ ବ୍ୟାଙ୍କ ବିରୋଧରେ ଅଦାଲତ ମାମଲା ଆଗତ କରା ଯାଇଥିଲା।
/sambad/media/post_attachments/wp-content/uploads/2019/04/RBI1-300x169.jpg)
ସୁପ୍ରିମ୍ କୋର୍ଟର ବିଚାରପତି ଜଷ୍ଟିସ୍ ଏଲ୍ ନାଗେଶ୍ୱର ରାଓଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ଆଜି ଏହି ଅଦାଲତ ଅବମାନନା ମାମଲାର ବିଚାର କରି ରିଜର୍ଭ ବ୍ୟାଙ୍କକୁ କହିଛନ୍ତି ଯେ ଆଜି ଆମେ ତୁମକୁ ଶେଷ ସୁଯୋଗ ଦେଉଛୁ। ଏହାପରେ ବି ଯଦି ବ୍ୟାଙ୍କଗୁଡ଼ିକ ସୂଚନା ଅଧିକାର (ଆର୍ଟିଆଇ) ଆଇନ୍ ବଳରେ ମଗା ଯାଉଥିବା ସେମାନଙ୍କ ବାର୍ଷିକ ରିପୋର୍ଟକୁ ପ୍ରଦାନ ନ କରନ୍ତି ତେବେ ପରିଣତି ପାଇଁ ତୁମେ ଦାୟୀ ରହିବ।