ନୂଆଦିଲ୍ଲୀ: ଚାକିରି ଓ ଶିକ୍ଷା କ୍ଷେତ୍ରରେ ମରାଠା ସମ୍ପ୍ରଦାୟଙ୍କ ପାଇଁ ଥିବା ସଂରକ୍ଷଣ ବ୍ୟବସ୍ଥାକୁ ଆଜି ସୁପ୍ରିମ୍ କୋର୍ଟ ବେଆଇନ ଘୋଷଣା କରି କହିଛନ୍ତି ଯେ, ମହାରାଷ୍ଟ୍ରର ଏହି ଆଇନ ‘ସମାନତା ଅଧିକାର’ ଉଲ୍ଲଂଘନ କରୁଛି।
ମରାଠା ସମ୍ପ୍ରଦାୟକୁ ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ବର୍ଗ ବୋଲି ଘୋଷଣା କରିବା ଲାଗି ମହାରାଷ୍ଟ୍ର ସରକାର ଗ୍ରହଣ କରିଥିବା ନିଷ୍ପତ୍ତିକୁ ଏତଦ୍ଦ୍ବାରା ସୁପ୍ରିମ୍ କୋର୍ଟ ଆଇନ ଅସିଦ୍ଧ ବୋଲି ଦର୍ଶାଇଛନ୍ତି।
Image Courtesy of Jagranଶୀର୍ଷ ଅଦାଲତ କହିଲେ, ‘କ୍ବୋଟା’ରେ ସ୍ନାତକତ୍ତୋର ପାଠ୍ୟକ୍ରମରେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନେ ଏହାଦ୍ବାରା ପ୍ରଭାବିତ ହେବେ ନାହିଁ। କାରଣ ତାହା ସଂରକ୍ଷଣରେ ଦିଆଯାଇ ନାହିଁ।
ସୁପ୍ରିମ୍ କୋର୍ଟ କହିଲେ, ମହାରାଷ୍ଟ୍ର ରାଜ୍ୟର ଏହି ୨୦୧୮ ମସିହା ଆଇନ ‘ସମାନତା ଅଧିକାର’ ଉଲ୍ଲଂଘନ କରୁଛି। ସଂରକ୍ଷଣକୁ ୫୦%ରେ ସିମୀତ ରଖିଥିବା ୧୯୯୨ର ଆଇନକୁ ଆମେ ପୁନଃସମୀକ୍ଷା କରିବାକୁ ଚାହୁଁନାହୁଁ।
ରାଜ୍ୟ ସରକାରୀ ଚାକିରି ଏବଂ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା କ୍ଷେତ୍ରରେ ମରାଠାମାନଙ୍କୁ ଦିଆଯାଇଥିବା ସଂରକ୍ଷଣକୁ ସମର୍ଥନ କରି ବମ୍ବେ ହାଇକୋର୍ଟ ଦେଇଥିବା ରାୟକୁ ଚାଲେଞ୍ଜ୍ କରି ସୁପ୍ରିମ୍ କୋର୍ଟରେ କିଛି ପିଟିସନ୍ ଦାଏର ହୋଇଥିଲା। ପାଞ୍ଚଜଣିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଉପରୋକ୍ତ ପିଟିସନ୍ଗୁଡ଼ିକର ଶୁଣାଣି କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/supreme-court-1.jpeg)