ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନ(ଇସି) ବିଭିନ୍ନ ରାଜନୈତିକ ଦଳଙ୍କ ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି। ପ୍ରଚାର ସମୟରେ ଶିଷ୍ଟାଚାର ଏବଂ ସଂଯମତା ଆଚରଣ ବଜାୟ ରଖିବାକୁ ଇସି କହିଛନ୍ତି। ପ୍ରଚାରରେ ପ୍ରସଙ୍ଗ ଭିତ୍ତିକ ଭାଷଣ ଉପରେ ଇସି ଗୁରୁତ୍ବାରୋପ କରିଛନ୍ତି।
ଯେଉଁ ଷ୍ଟାର ପ୍ରଚାରକ ଏବଂ ପ୍ରାର୍ଥୀଙ୍କୁ ପୂର୍ବରୁ ନୋଟିସ ଜାରି କରାଯାଇଛି ସେମାନେ ସତର୍କ ରହିବା ଜରୁରୀ। ବାରମ୍ବାର ଆଚରଣ ବିଧିର ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଇସି କହିଛନ୍ତି।
ସୋସିଆଲ ମିଡ଼ିଆରେ ଅନ୍ୟ ଦଳର ପ୍ରାର୍ଥୀଙ୍କୁ ବଦନାମ କରିବା ଅବା ଆପତ୍ତିଜନକ ମନ୍ତବ୍ୟ ପ୍ରଦାନ କରିବା କିମ୍ବା ଗାରିମା କଳଙ୍କିତ କରିବା ଭଳି ପୋଷ୍ଟ ଶେୟାର କରାଯିବ ନାହିଁ। ଏହା ସହିତ ରାଜନୈତିକ ଦଳଙ୍କୁ ବିଭାଜନ ସୃଷ୍ଟିକାରୀ ମନ୍ତବ୍ୟ ପ୍ରଦାନରୁ ବିରତ ରହିବା ଆବଶ୍ୟକ।
ପରୋକ୍ଷ ଅବା ପ୍ରତ୍ୟକ୍ଷଭାବେ ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନରୁ ଦୂରେଇ ରହିବା ଅପରିହାର୍ଯ୍ୟ ବୋଲି ଇସି କହିଛନ୍ତି। ସାମ୍ପ୍ରଦାୟିକ ଭାବନାକୁ ଆଘାତ କଲାଭଳି ଭାଷଣ, ଭୋଟରଙ୍କୁ ବିଭ୍ରାନ୍ତ ନ କରିବା, ମିଥ୍ୟା ମନ୍ତବ୍ୟ ନ ଦେବା, ପ୍ରଚାରରେ କୌଣସି ଧର୍ମସ୍ଥଳର ବ୍ୟବହାର ନ କରିବାକୁ କୁହାଯାଇଛି।
ଆଚରଣ ବିଧିର ଉଲ୍ଲଂଘନ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ: ରାଜନୈତିକ ଦଳଙ୍କ ପାଇଁ ଇସିଙ୍କ ମାଗଦର୍ଶିକା ଜାରି
/sambad/media/post_attachments/wp-content/uploads/2024/03/WhatsApp-Image-2024-03-01-at-9.05.30-PM.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)