ଧାର୍ମିକ ସ୍ବାଧୀନତା ଉଲ୍ଲଂଘନ ମାମଲା: ଇରାନ, ଚୀନ୍ ଓ ରୁଷ୍‌ ଉପରେ ନଜର ରଖିଛି ଆମେରିକା

ୱାସିଂଟନ : ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ଶୁକ୍ରବାର କହିଛନ୍ତି ଯେ, ଚୀନ୍, ଇରାନ ଓ ରୁଷ୍ ପ୍ରଭୃତି କେତେକ ଦେଶ ଧାର୍ମିକ ସ୍ବାଧୀନତା ଆଇନର ଉଲ୍ଲଂଘନ କରିଚାଲିଛନ୍ତି। ସେମାନଙ୍କ ଉପରେ ଆମେରିକା ନଜର ରଖିଛି। ସେସବୁ ଦେଶରେ ଧାର୍ମିକ ସ୍ବାଧୀନତାର ପ୍ରବଳ ଉଲ୍ଲଂଘନ ହେଉଥିଲେ ମଧ୍ୟ ସରକାର ତାହା ସହ୍ୟ କରୁଛନ୍ତି ଓ କିଛି ପଦକ୍ଷେପ ନେଉନାହାନ୍ତି। ଏହି ତାଲିକାରେ ଅନ୍ୟ ଦେଶଗୁଡ଼ିକ ଭିତରେ ଅଛନ୍ତି ଆଲଜେରିଆ, କେନ୍ଦ୍ରୀୟ ଆଫ୍ରିକା, କୋମୋରୋ ଓ ଭିଏତନାମ। ଏହିସବୁ ଦେଶରେ ସରକାର ତଥା ବେସରକାରୀ ବ୍ୟକ୍ତି ଓ ସଂସ୍ଥାମାନେ ଧାର୍ମିକ କାରଣରୁ ଲୋକଙ୍କୁ ନିର୍ଯାତନା ଦେଉଛନ୍ତି, ହଇରାଣ କରୁଛନ୍ତି ବା ସେମାନଙ୍କୁ ଜେଲରେ ପୂରାଇ ଦେଉଛନ୍ତି। ସଭ୍ୟ ସମାଜରେ ଏସବୁ ବନ୍ଦ ହେବା ଉଚିତ।

ସମ୍ବନ୍ଧିତ ଖବର