ଢାକା: ବାଂଲାଦେଶରେ ବଢୁଛି ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର । ରାସ୍ତାରେ ନିରୀହ ହିନ୍ଦୁ ମାନଙ୍କୁ ହତ୍ୟା କରାଯାଉଛି । ବାଂଲାଦେଶରେ ଭାରତୀୟ ଉଚ୍ଚାୟୋଗ ଉପରେ ଆକ୍ରମଣ ହେଉଛି କିନ୍ତୁ ଓଲଟି ବାଂଲାଦେଶ ଭାରତୀୟ ଉଚ୍ଚାୟୁକ୍ତଙ୍କୁ ତଲବ କରୁଛି । ବାହାନା ହେଉଛି ଭାରତରେ ଥିବା ବାଂଲାଦେଶ ଦୂତାବାସ ଉପରେ ଆକ୍ରମଣ ହେଉଛି ।  ବିଶ୍ୱ ହିନ୍ଦୁ ପରିଷଦ  ଆଜି ଦିଲ୍ଲୀରେ ପ୍ରତିବାଦ କରୁଛି । 

Advertisment

ଆହୁରି ପଢନ୍ତୁ- Pakistan Threatened India: ପାକିସ୍ତାନ, ବାଂଲାଦେଶ ଏବଂ ଚୀନ୍ ଏକାଠି ଭାରତ ଉପରେ ଆକ୍ରମଣ କଲେ ବିଜୟ ନିଶ୍ଚିତ: ପାକ୍ ନେତା

ନିକଟରେ ବାଂଲାଦେଶରେ ଜଣେ ହିନ୍ଦୁ ଯୁବକ ଦୀପୁ ଚନ୍ଦ୍ରଙ୍କୁ ହତ୍ୟା କରାଯାଇଥିଲା, ଏହାର ପ୍ରତିବାଦରେ ଏହି ବିକ୍ଷୋଭ କରାଯାଉଛି ।  ପୀଡିତ ପରିବାରକୁ ନ୍ୟାୟ ଦାବି କରି ବିଶ୍ୱ ହିନ୍ଦୁ ପରିଷଦର କର୍ମୀମାନେ ଆଜି ବାଂଲାଦେଶ ହାଇକମିସନ ବାହାରେ ଏକାଠି ହୋଇଥିଲେ ।  କିନ୍ତୁ ଏହାକୁ ବାଂଲାଦେଶ ନିଜ ଦୂତାବାସ ଉପରେ ଆକ୍ରମଣ ବୋଲି ଭାବୁଛି ଓ ଏଥିପାଇଁ ଭାରତୀୟ ଉଚ୍ଚାୟୁକ୍ତଙ୍କୁ ତଲବ କରିଛି ।

ଆହୁରି ପଢନ୍ତୁ- Farmers Strike: କୃଷକ ସଂଘର ଆନ୍ଦୋଳନ ଜାରି; ରାସ୍ତା ଉପରେ ଶୋଇଲେ ଚାଷୀ

ସେପଟେ ଆଜି ସକାଳ ୧୦ଟା ପୂର୍ବରୁ ବାଂଲାଦେଶରେ ଭାରତର ଉଚ୍ଚାୟୁକ୍ତ ପ୍ରଣୟ ବର୍ମାଙ୍କୁ ବୈଦେଶିକ ମନ୍ତ୍ରଣାଳୟକୁ ଡକାଯାଇଥିଲା ।  ଏହି ଅବସରରେ ଭାରତର ଡେପୁଟି ହାଇକମିସନର ମଧ୍ୟ ଉପସ୍ଥିତ ଥିଲେ ।  ବାଂଲାଦେଶ ବୈଦେଶିକ ସଚିବ ଅସଦ ଅଲ-ସିଆମ ହାଇକମିସନରଙ୍କୁ ଡକାଯାଇଥିଲା । ବୈଦେଶିକ ମନ୍ତ୍ରଣାଳୟ ସୂତ୍ର ଅନୁଯାୟୀ, ଭାରତର ବିଭିନ୍ନ ସ୍ଥାନରେ ବାଂଲାଦେଶ ମିସନକୁ ନେଇ ବଢ଼ୁଥିବା ସୁରକ୍ଷା ଚିନ୍ତା ଯୋଗୁଁ ବର୍ମାଙ୍କୁ ଡକାଯାଇଥିଲା । ଭାରତରେ ସମସ୍ତ ବାଂଲାଦେଶ ମିସନର ସୁରକ୍ଷାକୁ ଆହୁରି ମଜବୁତ କରିବାକୁ ତାଙ୍କୁ ଅନୁରୋଧ କରାଯାଇଥିଲା । ସେପଟେ ବାଂଲାଦେଶରେ ଫସି ରହିଥିବା ଭାରତୀୟ ନାଗରିକ, ବିଶେଷକରି ଡାକ୍ତରୀ ଛାତ୍ରଙ୍କ ସୁରକ୍ଷା ନେଇ ଚିନ୍ତା ବଢ଼ୁଛି।