କରୋନା ଯୋଦ୍ଧାଙ୍କ ବିରୋଧରେ ହିଂସା ବରଦାସ୍ତ କରାଯିବନି: ପ୍ରଧାନମନ୍ତ୍ରୀ

ଭାଇରସ୍‌ ଅଦୃଶ୍ୟ ଶତ୍ରୁ, କରୋନା ଯୋଦ୍ଧା ଅଜେୟ

ନୂଆଦିଲ୍ଲୀ: ଦେଶ ଏବେ ଏକଜୁଟ ହୋଇ କରୋନାଭାଇରସ୍‌ ବିରୋଧରେ ଲଢ଼େଇ ଜାରି ରଖିଛି। ଏହି ଭାଇରସ୍‌ ଏକ ଅଦୃଶ୍ୟ ଶତ୍ରୁ ହୋଇଥିବା ବେଳେ ଆମର କରୋନା ଯୋଦ୍ଧାମାନେ ଅଜେୟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏକ ଉଦ୍‌ବୋଧନରେ କହିଛନ୍ତି। କରୋନାଭାଇରସ୍‌ ବିରୋଧରେ ଦେଶବାସୀଙ୍କ ଲଢ଼େଇରେ ‌କରୋନା ଯୋଦ୍ଧା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ରହିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଏହି ଯୁଦ୍ଧରେ ଯେଉଁ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନେ ସମ୍ମୁଖରେ ଲଢ଼ୁଛନ୍ତି ସେମାନଙ୍କ ପ୍ରତି କୌଣସି ପ୍ରକାର ହିଂସା, ଦୁର୍ବ୍ୟବହାରକୁ ବରଦାସ୍ତ କରାଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ସତର୍କ କରାଇ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶରେ ଆହୁରି ୨୨ଟି ଏମ୍ସ ନିର୍ମାଣ ଦିଗରେ ଦ୍ରୁତ ଗତିରେ କାମ ଚାଲିଛି ଏବଂ ବିଗତ ୫ ବର୍ଷ ମଧ୍ୟରେ ଆମେ ଏମ୍‌ବିବିଏସ୍‌ରେ ୩୦ ହଜାରରୁ ଅଧିକ ଆସନ ବଢ଼ାଇବାକୁ ସକ୍ଷମ ହୋଇଛୁ । ପ୍ରଧାନମନ୍ତ୍ରୀ ଆଜି ବେଙ୍ଗାଲୁରୁର ରାଜୀବ ଗାନ୍ଧୀ ୟୁନିଭର୍ସିଟି ଅଫ୍‌ ହେଲ୍‌ଥ ସାଇନ୍ସେସର ରୌପ୍ୟଜୟନ୍ତୀ କାର୍ଯ୍ୟକ୍ରମରେ ଭିଡିଓ ଉଦ୍‌ବୋଧନ ଦେଇ ଏହା କହିଛନ୍ତି।

ସମ୍ବନ୍ଧିତ ଖବର