ଭୁବନେଶ୍ବର: ଭରତପୁର ଥାନାରେ ସେନା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗଭୀର ଉଦ୍‌ବେଗପ୍ରକାଶ କରିଛନ୍ତି। ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। 

Advertisment

ସୋସିଆଲ ମିଡିଆ ‘ଏକ୍ସ’ରେ ରାହୁଲ କହିଛନ୍ତି ଯେ ଓଡ଼ିଶାରେ ଘଟିଥିବା ଏହି ଭୟଙ୍କର ଘଟଣା ଦେଶରେ ଆଇନ ବ୍ୟବସ୍ଥା ପ୍ରତି ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୁଲିସକୁ ସାହାଯ୍ୟ ମାଗିବାକୁ ଯାଇଥିବା ସେନା ଅଧିକାରୀଙ୍କୁ ମାଡ଼ ମରାଯିବା ସହ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଦିଆଗଲା। ଏଭଳି ଘୃଣିତ ଘଟଣା ସମଗ୍ର ମାନବ ସମାଜକୁ ଲଜ୍ଜିତ କରିଛି। ବିଜେପି ସରକାରରେ ମହିଳା ବିରୋଧୀ ଅପରାଧ, ନିୟନ୍ତ୍ରଣ ବାହାରକୁ ଚାଲିଗଲାଣି। ‌ସରକାରୀ ବ୍ୟବସ୍ଥା ଭିତରେ ଅନ୍ୟାୟ ବଢ଼ିଲେ ଓ ପ୍ରୋତ୍ସାହନ ପାଇଲେ ସାଧାରଣ ନାଗରିକଟିଏ ସାହାଯ୍ୟ ପାଇଁ କେଉଁଠିକୁ ଯିବ? ତେଣୁ ଘଟଣାରେ ଜଡ଼ିତ ବ୍ୟକ୍ତିଙ୍କ ବିରୋଧରେ ଉଲ୍ଲେଖନୀୟ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ରାହୁଲ ଉଲ୍ଲେଖ କରିଛନ୍ତି।