ଆସାନସୋଲ ଉପନିର୍ବାଚନ: ପ୍ରାର୍ଥୀ ଅଗ୍ନିମିତ୍ରାଙ୍କୁ ଟିଏମସି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ କଲା ବିଜେପି
କୋଲକାତା: ଆଜି ଆସାନସୋଲ ଲୋକସଭା ଉପନିର୍ବାଚନ ପାଇଁ ଚାଲିଛି ମତଦାନ। ସକାଳୁ ମତଦାନ ଆରମ୍ଭ ହୋଇଥିବା ବେଳେ ଦେଖାଦେଇଛି ରାଜନୈତିକ ହିଂସା। ଗତ କିଛି ଦିନ ତଳେ ବୀରଭୂମରେ ରାଜନୈତିକ ହିଂସା ପାଇଁ ୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ଆସାନସୋଲରେ ପୁଣି ଥରେ ରାଜନୈତିକ ହିଂସା ଦେଖାଦେଇଛି।ଲୋକସଭା ଉପନିର୍ବାଚନ ପାଇଁ ଆସାନସୋଲ ନିର୍ବାଚନମଣ୍ଡଳୀର ପ୍ରାର୍ଥୀ ଅଗ୍ନିମିତ୍ରା ପାଲଙ୍କୁ ତୃଣମୂଳ କଂଗ୍ରେସ (ଟିଏମସି) କର୍ମୀମାନେ ଆକ୍ରମଣ କରିଛନ୍ତି ବୋଲି ଅଭିଯୋଗ କରିଛି ଭାରତୀୟ ଜନତା ପାର୍ଟି । ଟିଏମସି କର୍ମୀମାନେ ଅଗ୍ନିମିତ୍ରାଙ୍କ କାର ଉପରକୁ ପଥର ଫିଙ୍ଗି ଆକ୍ରମଣ କରିଥିବା ଅଭିଯୋଗ କରିଛି ବିଜେପି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଘଟଣା ପରେ ଟିଏମସିର ଶତ୍ରୁଘ୍ନ ସିହ୍ନାକୁ ଟକ୍କର ଦେବା ପାଇଁ ବିଜେପି ପ୍ରାର୍ଥୀ ହୋଇଥିବା ଅଗ୍ନିମିତ୍ରା କହିଛନ୍ତି ଯେ, ଟିଏମସି କର୍ମୀମାନେ ଆମର ସୁରକ୍ଷା କର୍ମୀଙ୍କୁ ବାଉଁଶ ବାଡିରେ ମାଡ଼ ମାରିଥିଲେ। ଯେତେ ଚେଷ୍ଟା କଲେ ବି ମମତା ବାନାର୍ଜୀ ଆମକୁ ହଟାଇପାରିବେ ନାହିଁ। ପଶ୍ଚିମବଙ୍ଗକୁ ବିଜେପି ଆସିସାରିଛି। କିଛି ଦିନ ମଧ୍ୟରେ କ୍ଷମତା ମଧ୍ୟ ହାସଲ କରିବ।