ନୂଆଦିଲ୍ଳୀ: ଆଜି ୧୧ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହୋଇଯାଇଛି। ଏହି ମତଦାନ ସମୟରେ ଅନେକ ମତଦାନ କେନ୍ଦ୍ରରେ ହିଂସାକାଣ୍ଡ ଦେଖିବାକୁ ମିଳିଛି।
ଏହି ନିର୍ବାଚନୀ ହିଂସା ଉପୁଜିବା ଫଳରେ ତାମିଲନାଡୁର ମଦୁରାଇଠାରେ ଜଣେ ଏଆଇଏଡିଏମ୍କେ କାର୍ଯ୍ୟକର୍ତ୍ତାଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି।
ସେହିପରି ମଣିପୁରର ଏକ ମତଦାନ କେନ୍ଦ୍ରରେ ମଧ୍ୟ କିଛି ମତଦାତା ଓ ସିଆର୍ପିଏଫ୍ ଯବାନଙ୍କ ଭିତରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିବା ଦେଖିବାକୁ ମିଳିଛି। ଏହି ହିଂସାକାଣ୍ଡରେ କିଛି ମତଦାତା ମିଶି ସେଠାରେ ଥିବା ଇଭିଏମ୍ ମେସିନ୍କୁ ନଷ୍ଟ କରି ଦେଇଥିବା ସୂଚନା ରହିଛି।
Trending360ପଶ୍ଚିମବଙ୍ଗର ଅନେକ ସ୍ଥାନରେ ମଧ୍ୟ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗରେ ସିପିଏମ୍ ପ୍ରାର୍ଥୀ ମହମ୍ମଦ ସଲିମଙ୍କୁ ପଥର ଫିଙ୍ଗା ଯାଇଥିବା ଖବର ହସ୍ତଗତ ହୋଇଛି। ଏହାଛଡ଼ା କେନ୍ଦ୍ରୀୟ ବଳର ଯବାନ ନିୟୋଜିତ ହୋଇନଥିବା ମତଦାନ କେନ୍ଦ୍ରରେ ଶାସକ ଦଳ ଟିଏମସି ବୁଥ୍କୁ କବ୍ଜା କରିବାର ଉଦ୍ୟମ କରିଥିବା ଅଭିଯୋଗ ମଧ୍ୟ ହୋଇଛି।
ଏହା ବ୍ୟତୀତ ଦେଶରେ ଅନେକ ସ୍ଥାନରେ ବଳପୂର୍ବକ କୌଣସି ଗୋଟିଏ ଦଳକୁ ଭୋଟ ଦେବା ପାଇଁ ମତଦାତାଙ୍କୁ ଚାପ ପକାଇବାରୁ ନେଇ ଇଭିଏମ୍ରେ ଗଡ଼ବଡ଼ ଯୋଗୁଁ ଗଣ୍ଡଗୋଳ ସମସ୍ୟା ବି ଦେଖିବାକୁ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/Master-6.jpg)