ପାଟନା: ରାମନବମୀ ଅବସରରେ ବିହାରର ନାଳନ୍ଦା ଜିଲ୍ଲାର ବିହାରସରିଫରେ ହୋଇଥିବା ସାମ୍ପ୍ରଦାୟିକ ସଂଘର୍ଷ ପରେ ଏବେ ସ୍ଥିତି ନିୟନ୍ତ୍ରଣରେ ଥିବା ପୁଲିସ କହୁଥିଲେ ବି ଶନିବାରଦିନ ପୁଣି ସଂଘର୍ଷ ଦେଖାଦେଇଛି । ଦୁଇ ଗୋଷ୍ଠୀମଧ୍ୟରେ ଗଣ୍ଡଗୋଳ ପରେ ଗୁଳିଚାଳନା ହୋଇଥିଲା ସୂଚନା ମିଳିଛି । ଗୁଳିମାଡ଼ରେ ଅନେକ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ପୁଲିସ ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଛି।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶନିବାର ପୁଲିସ ସତର୍କ ରହିଥିଲା। ଏଭଳି କିଛି ଘଟିପାରେ ବୋଲି ପୁଲିସ ପାଖରେ ସୂଚନା ଥିଲା। ଏହା ସତ୍ତ୍ୱେ ଅନେକ ସ୍ଥାନରେ ସଂଘର୍ଷ ହୋଇଥିବା ସୂଚନା ମିଳିଛି। ଏହି ସଂଘର୍ଷରେ ଆହତ ହୋଇଥିବା ଲୋକମାନେ ଏବେ ସଦର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । କିଛି ଲୋକଙ୍କୁ ଗୁଳି ମଧ୍ୟ କରାଯାଇଛି ବୋଲି ପୁଲିସ କହିଛି। ଏମାନଙ୍କ ମଧ୍ୟରୁ କିଛି ଲୋକଙ୍କ ଅବସ୍ଥା ଅଧିକ ଗୁରୁତର ରହିଛି। ଏହି ଅଞ୍ଚଳରେ ଯେପରି ସ୍ଥିତି ଆହୁରି ଖରାପ ନ ହୁଏ ସେଥିପାଇଁ ପୁଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି ।
ରାମନବମୀରେ ପଶ୍ଚିମବଙ୍ଗ ଓ ଗୁଜରାଟରେ ହିଂସା କାଣ୍ଡ ଘଟିବା ପରେ ବିହାରର ସାସାରାମରେ ମଧ୍ୟ ସାମ୍ପ୍ରଦାୟିକ ଉତ୍ତେଜନା ପ୍ରକାଶ ପାଇଥିଲା । ଦୁଇ ଗୋଷ୍ଠୀ ମଧ୍ୟରେ ପଥରମାଡ଼ ବ୍ୟତୀତ କେତେକ ଘରେ ନିଆଁ ଲଗାଇବାର ଘଟଣା ମଧ୍ୟ ଘଟିଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/Capture-1.png)