ନନ୍ଦୀଗ୍ରାମରେ ଧର୍ମେନ୍ଦ୍ରଙ୍କ ରାଲିରେ ହିଂସା, ବିଜେପି କର୍ମୀଙ୍କ ମୁଣ୍ଡ ଫାଟିଲା

ଆଜି ସକାଳେ ନନ୍ଦୀଗ୍ରାମରେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ଏକ ବିଶାଳ ରୢାଲିର ଆୟୋଜନ କରିଥିଲେ। ଏହି ରୢାଲିରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ। ତେବେ ଟିଏମ୍‌ସି ସମର୍ଥକଙ୍କ ଆକ୍ରମଣ ଯୋଗୁଁ ଯୁବମୋର୍ଚ୍ଚା ଅଧ୍ୟକ୍ଷଙ୍କ ମୁଣ୍ଡ ଫାଟିଥିଲା। ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା। ଆଜିର ଏହି ଆକ୍ରମଣକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ମନ୍ତ୍ରୀ। ସେ କହିଛନ୍ତି, ମମତା ଦିଦି ଗଣତାନ୍ତ୍ରିକ ଢଙ୍ଗରେ ନିର୍ବାଚନ ଲଢ଼ିବା ଉଚିତ। ଏଭଳି ହିଂସାତ୍ମକ ପରିସ୍ଥିତି ସୃଷ୍ଟି କରି ବିଶ୍ବରେ ଚର୍ଚ୍ଚିତ ହେବା ଉଚିତ ନୁହେଁ। ଆଜିର ଘଟଣା ସମ୍ପର୍କରେ ନିର୍ବାଚନ କମିସନଙ୍କ ଦୃଷ୍ଟି ଆକର୍ଷଣ କରାଯିବ ଏବଂ ନନ୍ଦୀଗ୍ରାମରେ ତୁରନ୍ତ ଅର୍ଦ୍ଧ ସାମରିକ ବାହିନୀ ମୁତୟନ ପାଇଁ ଦାବି କରାଯିବ ବୋଲି ଧର୍ମେନ୍ଦ୍ର କହିଛନ୍ତି।

ସମ୍ବନ୍ଧିତ ଖବର