ବାଗଦାଦ: ଇରାକ୍କୁ ବିଦେଶୀ ଶକ୍ତିଙ୍କ କବଳରୁ ମୁକ୍ତ କରିବା ଦାବିରେ ଦେଶବ୍ୟାପୀ ହିଂସାତ୍ମକ ବିକ୍ଷୋଭ ଜାରି ରହିଛି। ପରିସ୍ଥିତି ଦିନକୁ ଦିନ ଅଣାୟତ୍ତ ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ଆଦିଲ ଅବ୍ଦୁଲ ମେହଦି ଆଜି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ବାଗଦାଦ୍ ଏବଂ ଦକ୍ଷିଣ ଇରାକ୍ରେ ହିଂସା ବ୍ୟାପୁଥିବା ବେଳେ ସୁରକ୍ଷା କର୍ମୀଙ୍କ ଗୁଳିରେ ଆଜି ୫ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଶତାଧିକ ଆହତ ହୋଇଛନ୍ତି। ଆନ୍ଦୋଳନ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଜନତା ଏବଂ ସୁରକ୍ଷା ବାହିନୀ ମଧ୍ୟରେ ସଂଘର୍ଷ ଯୋଗୁଁ ୪୨୦ ଲୋକଙ୍କ ମୃତ୍ୟୁ ଘଟିଛି। ଦେଶରେ ବେକାରୀ ଏବଂ ଦାରିଦ୍ରୢ ବଢ଼ୁଥିବାରୁ ସବୁ ଅଂଚଳରେ ବିରୋଧ ତେଜିବାରେ ଲାଗିଛି।
ଇରାକ୍ରେ ହିଂସା ଜାରି, ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା
/sambad/media/post_attachments/wp-content/uploads/2019/12/images-1-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)