ନାଗପୁର : ମହାରାଷ୍ଟ୍ରର ନାଗପୁରରେ ଔରଙ୍ଗଜେବ ସମାଧି ବିବାଦକୁ ନେଇ ଅଶାନ୍ତି ଦେଖାଦେଇଛି । ଦୁଇ ଗୋଷ୍ଠୀ ମଧ୍ୟରେ ପଥର ମାଡ଼ ପରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ମିଳିଥିବା ସୂଚନା ଅନୁଯାୟୀ, ନାଗପୁରର ମହଲ ଅଞ୍ଚଳରେ ଦୁଇ ଗୋଷ୍ଠୀର ଲୋକେ ମୁହାଁମୁହିଁ ହୋଇଥିଲେ। ଉଭୟ ଗୋଷ୍ଠୀର ସଦସ୍ୟମାନେ ପରସ୍ପର ଉପରକୁ ପଥର ମାଡ଼ କରିଥିଲେ। ଅଗ୍ନିକାଣ୍ଡ ଘଟି ଅନେକ ଗାଡ଼ି ଭଙ୍ଗାରୁଜା ହୋଇଛି। ଏହାପରେ ଭିଡ଼କୁ ହଟାଇବା ପାଇଁ ପୁଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା। ବର୍ତମାନ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଲାଗି ରହିଥିବାରୁ ବ୍ୟାପକ ପୁଲିସ ମୁତୟନ କରାଯାଇଛି।
ଅଗ୍ନିଶମ ବିଭାଗର ଜଣେ ଅଧିକାରୀ କହିଛନ୍ତି, ୨ଟି ଜେସିବି ଓ ୨ରୁ ୩ଟି ଗାଡ଼ିରେ ନିଆଁ ଲାଗିଛି। ଆମର ଜଣେ ଅଗ୍ନିଶମ କର୍ମଚାରୀ ଆହତ ହୋଇଛନ୍ତି। ନାଗପୁର ଡିସିପି ଅର୍ଚ୍ଚିତ ଚାନ୍ଦକ କହିଛନ୍ତି, କିଛି ଭୁଲ ବୁଝାମଣା ଯୋଗୁଁ ଏହି ଘଟଣା ଘଟିଛି। ଏବେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/03/17/WINfjX1TSGtBKryHd2Xq.jpg)