ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ) ଏବଂ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍ପିଆର୍) ପ୍ରସଙ୍ଗକୁ ନେଇ ଆଜି ସଂସଦର ଉଭୟ ଗୃହରେ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ କରିଛନ୍ତି। ଲୋକସଭାରେ ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ କେତେକ ବିରୋଧୀ ସାଂସଦ ଦିଲ୍ଲୀରେ ହୋଇଥିବା ଗୁଳିକାଣ୍ଡ ପ୍ରସଙ୍ଗ ଉଠାଇଥିଲେ। ଅର୍ଥରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର ଉତ୍ତର ଦେଉଥିବାବେଳେ ବିରୋଧୀ ସଦସ୍ୟମାନେ ଗୋଲି ମାର୍ନା ବନ୍ଦ କରୋ, ଦେଶ୍ କୋ ତୋଡ୍ନା ବନ୍ଦ କରୋ ପ୍ରଶ୍ନକାଳ ସମୟରେ ବିରୋଧୀ ସଦସ୍ୟମାନେ ପାଟିତୁଣ୍ଡ କରିବା ସହିତ ବିଭିନ୍ନ ପ୍ରସଙ୍ଗରେ ସେମାନଙ୍କ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସେମାନେ ଗୃହରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତି ଦାବି କରି ଉତ୍ତର ଦାବି କରିଥିଲେ। ଏଥିସହିତ ରାଷ୍ଟ୍ରପତିଙ୍କ ଧନ୍ୟବାଦ ପ୍ରସ୍ତାବ ବିଜେପି ଏମପି ପ୍ରବେଶ ବର୍ମା ଆଗତ କରିବା ପରେ ବିରୋଧୀ ସଦସ୍ୟମାନେ ଏହାକୁ ତୀବ୍ର ବିରୋଧ କରିଥିଲେ। ଶ୍ରୀ ବର୍ମା ବିତର୍କ ଆରମ୍ଭ କରିବା ପରେ ବିରୋଧୀ ଦଳର ଏମପିମାନେ ଲଜ୍ଜା, ଲଜ୍ଜା ବୋଲି ସ୍ଲୋଗାନ୍ ଦେଇଥିଲେ। ବାଚସ୍ପତି ଓମ୍ ବିର୍ଲା ପରିସ୍ଥିତିକୁ ସ୍ବାଭାବିକ କରିବା ପାଇଁ କହିଥିଲେ, ଜଣେ ସଦସ୍ୟ ଗୃହ ବାହାରେ ଯାହା କହିଛନ୍ତି ସଦସ୍ୟମାନେ ସେହି ପ୍ରସଙ୍ଗକୁ ଗୃହ ଭିତରେ ଉଠାଇବା ଉଚିତ ନୁହେଁ। କିନ୍ତୁ କଂଗ୍ରେସ, ଡିଏମକେ ସମେତ ଅନ୍ୟ ବିରୋଧୀ ଦଳର ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ। ସେହିଭଳି ରାଜ୍ୟସଭାରେ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ କରିବାରୁ ଗୃହକୁ ମୁଲତବୀ କରିବାକୁ ପଡ଼ିଥିଲା। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବର ଆଲୋଚନାବେଳେ ସଦସ୍ୟମାନଙ୍କୁ ଏହି ପ୍ରସଙ୍ଗ ଉପରେ କହିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ଦିଆଯିବ ବୋଲି ରାଜ୍ୟସଭା ଅଧ୍ୟକ୍ଷ କହିଥିଲେ। ଗୃହରେ ସ୍ବାଭାବିକତା ନଫେରିବାରୁ ଗୃହକୁ ଦିନକ ପାଇଁ ମୁଲତବୀ କରିଦେଇଥିଲେ।
ସଂସଦରେ ବିରୋଧୀଙ୍କ ହଟ୍ଟଗୋଳ ‘ଗୋଲି ମାର୍ନା ବନ୍ଦ କରୋ’
/sambad/media/post_attachments/wp-content/uploads/2020/02/f5j4dg97j8dg98jdg89j7dg8j7dg56j4g65djdgjjjjjjjjjjjjjjjjjjjjjjjjj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)