ନୂଆଦିଲ୍ଲୀ : ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଯୋଗୁଁ ହିଂସା ବ୍ୟାପିବାରେ ଲାଗିଛି। ଏହାର ମୁକାବିଲା ଲାଗି ସରକାର ଦେଶରେ ଜରୁରୀ ପରିସ୍ଥିତି ସହିତ ୩୬ ଘଣ୍ଟିଆ କର୍ଫ୍ୟୁ ଜାରି କରିଛନ୍ତି। କର୍ଫ୍ୟୁ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ସେନା ଓ ପୁଲିସକୁ ଅଖଣ୍ଡ କ୍ଷମତା ଦିଆଯାଇଛି। ରାଜଧାନୀ କଲମ୍ବେ‌ାର ସମସ୍ତ ଗୁରୁତ୍ବପୂର୍ଣ୍ଣ ଅଞ୍ଚଳ ଏବେ ସେନା ଛାଉଣି ପାଲଟିଯାଇଛି।

Advertisment

publive-image aa.com.tr

ଖାଇବାର ଅଭାବ। ପଟ୍ରୋଲ, ଡିଜେଲ ମିଳୁନି। ବିଜୁଳି କାଟ୍ ଯୋଗୁଁ ପରିସ୍ଥିତି ଭୟଙ୍କର ହୋଇପଡ଼ିଛି। ଲୋକମାନେ ଏହାର ପ୍ରତିବାଦ କରି ଗତକିଛି ଦିନ ହେଲା ରାସ୍ତା ଉପରୁ ଓହ୍ଲାଇ ଆସିଛନ୍ତି। ହଜାର ହଜାର ସଂଖ୍ୟାରେ ଉତ୍ତ୍ୟକ୍ତ ଲୋକ ରାଷ୍ଟ୍ରପତିଙ୍କ ଘର ଉପରେ ଆକ୍ରମଣ କରିଛନ୍ତି। ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟୁଥିବାର ଖବର ମଧ୍ୟ ମିଳୁଛି। ପରିସ୍ଥିତି ଏବେ ଅଣାୟତ୍ତ ହୋଇପଡ଼ିଛି।

publive-image Financial Times

ଇତିମଧ୍ୟରେ ଏଭଳି ସଙ୍କଟ ସମୟରେ ଭାରତ ଶ୍ରୀଲଙ୍କାକୁ ସହଯୋଗର ହାତ ବଢ଼ାଇଛି। ଭାରତ ଶ୍ରୀଲଙ୍କାକୁ ଶନିବାର ଦିନ ଡିଜେଲ୍‌ ପଠାଇଛି। ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଲାଗି ରହିଥିବା ବେଳେ ବସ୍‌ ଏବଂ ଅନ୍ୟ ବାଣିଜ୍ୟିକ ଗାଡ଼ି ଚାଲିବାପାଇଁ ଆବଶ୍ୟକ ହେଉଥିବା ମୁଖ୍ୟ ଇନ୍ଧନ ଡିଜେଲ୍‌ ଉପଲବ୍ଧ ହେଉନାହିଁ। ତେଣୁ ଭାରତ ଶ୍ରୀଲଙ୍କାକୁ ୪୦ ହଜାର ଟନ୍‌ ଡିଜେଲ‌ ପଠାଇଛି। ଏହାସହିତ ଖାଦ୍ୟ ସାମଗ୍ରୀ ପଠାଇଥିବା ଜଣାପଡ଼ିଛି। ଏଥିରେ ୪୦ ହଜାର ମେଟ୍ରିକ ଟନ୍ ଚାଉଳ ରହିଛି।