ଗତ ମାସର ସିରିଜ ବିସ୍ଫୋରଣ ପରେ ଶ୍ରୀଲଙ୍କାରେ ବଢିଚାଲିଛି ମୁସଲିମ ବିରୋଧୀ ହିଂସା

କଲମ୍ବୋ : ଶ୍ରୀଲଙ୍କାରେ ଗତ ମାସରେ ହୋଇଥିବା ସିରିଜ ବୋମା ବିସ୍ଫୋରଣ ପରେ ମୁସଲିମ ସଂପ୍ରଦାୟଙ୍କ ଉପରେ ଖ୍ରୀଷ୍ଟିଆନ ଓ ବୌଦ୍ଧ ସଂପ୍ରଦାୟର ଲୋକମାନଙ୍କ ରୋଷ ବଢିଚାଲିଛି । ବିଶେଷ କରି ଖ୍ରୀଷ୍ଟିଆନ ଲୋକମାନେ ସାଧାରଣ ମୁସଲିମମାନଙ୍କ ଉପରେ ଆକ୍ରମଣ ଆରମ୍ଭ କରିଦେଇଛନ୍ତି । କଲମ୍ବୋଠାରୁ ୪୦ କିଲୋମିଟର ଉତ୍ତରରେ ଥିବା ଖ୍ରୀଷ୍ଟିଆନ ବହୁଳ ନିଗମ୍ବୋ ସହରରେ ଥିବା ମୁସଲିମମାନଙ୍କ ଉପରେ ଆକ୍ରମଣ ହୋଇଛି ଓ ସେମାନଙ୍କ ଦୋକାନଗୁଡ଼ିକୁ ଭାଙ୍ଗି ଦିଆଯାଇଛି ।

ଏହାକୁ ଦୃଷ୍ଟିରେ ରଖି ଏହି ସହରକୁ ଅତିରିକ୍ତ ସୁରକ୍ଷାବଳ ପଠାଯାଇଛି । ଅନ୍ୟପକ୍ଷରେ ସମଗ୍ର ଦେଶରେ ସାଂପ୍ରଦାୟିକ ସଦ୍ଭାବ ବଜାୟ ରଖିବାକୁ କଲମ୍ବୋର ଆର୍କବିଶପ କାର୍ଡିନାଲ ମାଲକମ ରଞ୍ଜିତ ନିବେଦନ କରିଛନ୍ତି । ଏକ ଭିଡିଓ ମେସେଜ ଜାରି କରି ସେ କହିଛନ୍ତି ଯେ ମୁସଲିମମାନେ ଆମର ଭାଇ ହୋଇଥିବାରୁ ଓ ସେମାନଙ୍କ ସହ ଆମର ସାଂସ୍କୃତିକ ସଂପର୍କ ଥିବାରୁ ସେମାନଙ୍କ ଉପରେ ଆକ୍ରମଣ କରାଯିବା ଉଚିତ ନୁହେଁ ।
ଏହି ନିଗମ୍ବୋ ସହରରେ ଥିବା ସେଣ୍ଟ ସେବାଷ୍ଟିଆନ ଚର୍ଚ୍ଚ ଉପରେ ହିଁ ଗତ ଏପ୍ରିଲ ୨୧ରେ ଆତଙ୍କବାଦୀମାନେ ବୋମା ବିସ୍ଫୋରଣ କରିଥିଲେ ।

ସମ୍ବନ୍ଧିତ ଖବର