ବିଜେପି ପ୍ରତିନିଧିମଣ୍ଡଳ ଗଲା ପରେ ପଶ୍ଚିମବଙ୍ଗର ଭାତପଡାରେ ପୁଣି ହିଂସା

କୋଲକତା : ନିର୍ବାଚନ ଶେଷ ହୋଇଥିଲେ ମଧ୍ୟ ପଶ୍ଚିମବଙ୍ଗରେ ହିଂସା ଥମିବାର ନାଁ ଧରୁ ନାହିଁ । କୋଲକତାଠାରୁ ମାତ୍ର ୩୦ କିମ ଦୂର ଭାତପଡ଼ାରେ ଆଜି ପୁଣି ହିଂସାକାଣ୍ଡ ଦେଖାଦେଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ହିଂସାକାଣ୍ଡ ସ୍ଥାନକୁ ଆଜି ବିଜେପିର ଏକ ପ୍ରତିନିଧିମଣ୍ଡଳ ପରିଦର୍ଶନ କରି ଫେରିବାର କିଛି ସମୟ ପରେ ଏହି ହିଂସାକାଣ୍ଡ ଘଟିଥିଲା । ଏହି ହିଂସାକଣ୍ଡରେ ପୋଟ୍ରୋଲ ବୋମା ଓ ଦେଶୀ ବୋମା ବ୍ୟବହାର କରାଯିବା ଫଳରେ କେତେକ ଲୋକ ଆହତ ହୋଇଛନ୍ତି । ଗୁରୁବାର ଦିନ ଏଠାରେ ହୋଇଥିବା ହିଂସାରେ ୨ ଜଣ ନିହତ ହେବା ସହ ୭ ଜଣ ଆହତ ହୋଇଥିଲେ ।
ଆଜି ହୋଇଥିବା ହିଂସାକାଣ୍ଡରେ ପୁଲିସକୁ ମଧ୍ୟ ଆକ୍ରମଣ କରାଯାଇଥିବା ଜଣାଯାଇଛି । ଏହା ପରେ ପୁଲିସ ଲାଠିଚାର୍ଜ କରିଥିଲା ।
ଶନିବାର ଆସିଥିବା ବିଜେପିର ଏହି ପ୍ରତିନିଧିମଣ୍ଡଳରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏସଏସ ଆଲୁଓ୍ଵାଲିଆ, ବିଜେପି ଏମପି ସତ୍ୟପାଲ ସିଂ ଓ ବିଡି ରାମ ଥିଲେ । ଏହା ପୂର୍ବରୁ ସିପିଏମର ଏକ ପ୍ରତିନିଧିମଣ୍ଡଳ ମଧ୍ୟ ହିଂସାକାଣ୍ଡ ଅଂଚଳ ପରିଦର୍ଶନ କରିଥିଲା ।

ସମ୍ବନ୍ଧିତ ଖବର