ଇସ୍ଲାମାବାଦ: ଆତଙ୍କବାଦ ଏବଂ ସଶସ୍ତ୍ର ସଂଘର୍ଷ ସମ୍ଭାବନା କାରଣରୁ ଭାରତ-ପାକିସ୍ତାନ ସୀମା ଏବଂ ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ଅଞ୍ଚଳରେ ଏବେ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଛି। ଏଭଳି ସ୍ଥିତିରେ ପାକିସ୍ତାନର ବେଲୁଚିସ୍ତାନ ଏବଂ ଖାଇବର ପଖ୍ତୁନ୍ଖ୍ବା ପ୍ରଦେଶକୁ ଯାତ୍ରା ନକରିବାକୁ ଆମେରିକା ନିଜ ନାଗରିକଙ୍କ ପାଇଁ ଯାତ୍ରା ସତର୍କତା ଓ କଟକଣା ଜାରି କରିଛି। ଆତଙ୍କବାଦ କାରଣରୁ ସମଗ୍ର ବେଲୁଚିସ୍ତାନରେ ବିସ୍ଫୋରକ ସ୍ଥିତି ଉପୁଜିଥିବା ବେଳେ ପାକ୍ ସେନାକୁ ବିଦ୍ରୋହୀମାନେ ଟାର୍ଗେଟ୍ କରୁଛନ୍ତି।
ଖୈବର ପଖ୍ତୁନଖ୍ବା ପ୍ରଦେଶରେ ଆତଙ୍କବାଦୀ ଆକ୍ରମଣ ବାରମ୍ବାର ଘଟୁଛି ଏବଂ ଏହାକୁ ନିୟନ୍ତ୍ରଣ କରିବାରେ ସ୍ଥାନୀୟ ପୁଲିସ ପ୍ରଶାସନ ବିଫଳ ହୋଇଛି। ଆତଙ୍କବାଦୀମାନେ ସାଧାରଣ ନାଗରିକଙ୍କ ସହ ସ୍ଥାନୀୟ ସେନା ଏବଂ ପୁଲିସକୁ ଟାର୍ଗେଟ କରି ସପ୍ତାହକ ମଧ୍ୟରେ ୨୦ରୁ ଅଧିକ ଆକ୍ରମଣ କରିଛନ୍ତି। ପରିବହନ କେନ୍ଦ୍ର, ବଜାର, ସପିଂ ମଲ୍, ସାମରିକ ପ୍ରତିଷ୍ଠାନ, ବିମାନବନ୍ଦର, ବିଶ୍ୱବିଦ୍ୟାଳୟ, ପର୍ଯ୍ୟଟନ ସ୍ଥଳୀ, ସ୍କୁଲ, ହସ୍ପିଟାଲ, ଉପାସନା ସ୍ଥଳ ଏବଂ ସରକାରୀ ସୁବିଧାକୁ ଟାର୍ଗେଟ କରି ଆତଙ୍କବାଦୀମାନେ ବିନା ଚେତାବନୀରେ ଆକ୍ରମଣ କରିପାରନ୍ତି। ତେଣୁ ଏହି ଅଂଚଳକୁ ନଯିବା ପାଇଁ ଆମେରିକା ନଜ ନାଗରିକଙ୍କୁ ସତର୍କ କରାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/10/a25nXzuzeijfvSTH5FQ8.jpg)