କିବ୍ : ପୂର୍ବ ୟୁକ୍ରେନ୍ରେ ରୁଷ୍ ଆଜିଠାରୁ ପ୍ରଚଣ୍ଡ ଆକ୍ରମଣ ଆରମ୍ଭ କରିଛି। କିବ୍ ଏବଂ ଚେର୍ନିହିବରୁ ସୈନ୍ୟ ପ୍ରତ୍ୟାହାର ପରେ ରୁଷ୍ ଏବେ ପୂର୍ବ ୟୁକ୍ରେନ୍ ଉପରେ ଫୋକସ୍ କରିଛି। ଏଠାରେ ୫୦ରୁ ଅଧିକ ସ୍ଥାନରେ ଏକ ସମୟରେ ଆକ୍ରମଣ ଆରମ୍ଭ ହେବାରୁ ଆଜି ଏନେଇ ୟୁକ୍ରେନ୍ ଉପପ୍ରଧାନମନ୍ତ୍ରୀ ଲୋକଙ୍କୁ ସତର୍କ କରିଛନ୍ତି। ଉପପ୍ରଧାନମନ୍ତ୍ରୀ ଇରିନା ଭେରେସ୍ତୁକ କହିଛନ୍ତି, ଜନସାଧାରଣ ଯଥାଶୀଘ୍ର ନିଜ ନିଜ ଅଂଚଳ ଛାଡ଼ି ସୁରକ୍ଷିତ ସ୍ଥାନକୁ ପଳାଇଯିବା ଆବଶ୍ୟକ। ଯଦି ଲୋକମାନେ ପୂର୍ବ ୟୁକ୍ରେନ୍ ନ ଛାଡ଼ନ୍ତି ତେବେ ସେମାନଙ୍କୁ ଆଗକୁ ଗୁଳିଗୋଳାର ଶିକାର ହେବାକୁ ପଡ଼ିବ। ଖାରକିଭ, ଡୋନେସ୍କ ଏବଂ ଲୁହାଂସ୍କରେ ସୈନିକମାନେ ଲୋକଙ୍କୁ ତୁରନ୍ତ ପଳାୟନ ପାଇଁ ସହଯୋଗ କରୁଛନ୍ତି। ରୁଷ୍ ଏବେ ଡୋନ୍ବାସରେ ଏହାର ସାମରିକ ଅପରେସନ୍କୁ ବ୍ୟାପକ କରିଛି। ଡୋନେସ୍କ ଏବଂ ଲୁହାଂସ୍କକୁ ରୁଷ୍ ପୂର୍ବରୁ ସ୍ବାଧୀନ ଅଂଚଳ ଘୋଷଣା କରିଛି। ଲୁହାଂସ୍କ ଗଭର୍ଣ୍ଣର କହିଛନ୍ତି, ରୁଷ୍ ରୁବିଜନେ ସହରର ୬୦ ପ୍ରତିଶତ ଅଞ୍ଚଳ ନିଜ ନିୟନ୍ତ୍ରଣକୁ ନେଇ ସାରିଛି। ଅନ୍ୟପକ୍ଷେ ଡୋନେସ୍କର ଭୁଲେଦାର ସହରରେ ଏକ ଗଣ ସହାୟତା ବଣ୍ଟନ କେନ୍ଦ୍ର ଉପରେ ରୁଷ୍ର ଗୋଳାମାଡ଼ ଯୋଗୁଁ ୨ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୫ ଜଣ ଆହତ ହୋଇଛନ୍ତି। ଲୁହାଂସ୍କର ସିଭିରୋଡୋନେସ୍କ ସହରରେ ରୁଷ୍ର ଗୋଳାବର୍ଷା ଯୋଗୁଁ ୧୦ଟି ବିଶାଳ କୋଠାରେ ନିଆଁ ଲାଗିଯାଇଛି। ତେବେ ଏଥିଯୋଗୁଁ କେତେଜଣ ମୃତାହତ ହୋଇଛନ୍ତି ତାହା ଜଣାପଡ଼ିନି। ଗତ ୨୪ ଘଣ୍ଟାରେ ମାଇକୋଲେଭରେ ଗୁଳିଗୋଳା ମାଡ଼ ଯୋଗୁଁ ପ୍ରାୟ ୫୫ ଜଣ ଆହତ ହୋଇଛନ୍ତି। ମିଳିଥିବା ସୂଚନାନୁଯାୟୀ ରୁଷ୍ ସେନା ଗତ ରାତିରେ ଖାରକିଭ ଅଞ୍ଚଳରେ ୨୭ ଥର ଆକ୍ରମଣ କରିଛି
ଇତି ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନ୍ସ୍କି କହିଛନ୍ତି, ୟୁକ୍ରେନ୍ରେ ୧ କୋଟି ଲୋକ ନିଜର ବାସସ୍ଥାନ ହରାଇଛନ୍ତି। ଯୁଦ୍ଧ ଯୋଗୁଁ ୧୬୭ ଶିଶୁଙ୍କ ମୃତ୍ୟୁ ହୋଇଛି ବୋଲି ଜେଲେନ୍ସ୍କି କହିଛନ୍ତି।
ପୂର୍ବ ୟୁକ୍ରେନ୍ରେ ପ୍ରଚଣ୍ଡ ଆକ୍ରମଣ: ଲୁହାଂସ୍କରେ ୧୦ ବିଶାଳ କୋଠାରେ ନିଆଁ, ତୁରନ୍ତ ଖାଲି କରିବାକୁ କର୍ତ୍ତୃପକ୍ଷଙ୍କ ଚେତାବନୀ
/sambad/media/post_attachments/wp-content/uploads/2022/03/AP22076790454180.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)