ଜୟପୁର: ଆଜି ପ୍ରତ୍ୟୁଷରେ ରାଜସ୍ଥାନର ଯୋଧପୁରରେ ଭୀଷଣ ସଂଘର୍ଷ ଘଟି ଅନ୍ୟୂନ ୪ଜଣ ପୁଲିସ କର୍ମଚାରୀ ଆହତ ହୋଇଥିବା ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’ ରିପୋର୍ଟ କରିଛି।
ଇଦ୍ ପର୍ବ ଆରମ୍ଭ ହେବା ପୂର୍ବରୁ ଯୋଧପୁରର ଜାଲୋରୀ ଗେଟ୍ ଅଞ୍ଚଳରେ ସାମ୍ପ୍ରଦାୟିକ ଉତ୍ତେଜନା ବ୍ୟାପିବାରୁ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ପୁଲିସ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲା। ଉତ୍ତ୍ୟକ୍ତ ଜନତାଙ୍କ ଟେକାପଥର ମାଡ଼ରେ ଅନ୍ୟୂନ ୪ଜଣ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିବା ଖବର ମିଳିଛି।
ଇଦ୍ ଅବସରରେ ଏକ ଧାର୍ମିକ ପତାକା ଲଗାଯିବା ଘଟଣାରୁ ଦୁଇ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷର ସୂତ୍ରପାତ ହୋଇଥିଲା ବୋଲି ଜଣାପଡ଼ିଛି।
Image courtesy of ABP Liveଘଟଣାକୁ ଦୁଃଖଦାୟକ କହି ଶାନ୍ତି ବଜାୟ ରଖିବା ଲାଗି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହ୍ଲଟ୍ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଟୁଇଟ୍ କରି ସେ ଲେଖିଛନ୍ତି: ଯୋଧପୁରର ମାରୱାଡ୍ରେ ପ୍ରୀତି ଓ ଭାଇଚାରା ପ୍ରଥାକୁ ସମ୍ମାନ ଜଣାଇ ସବୁ ପକ୍ଷଙ୍କୁ ମୋର ମାର୍ମିକ ନିବେଦନ, ଶାନ୍ତି ବଜାୟ ରଖିବା ସହ ଆଇନଶୃଙ୍ଖଳା ଫେରାଇ ଆଣିବାରେ ସହଯୋଗ କରନ୍ତୁ।
ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପ୍ରଶାସନକୁ ନିର୍ଦେଶ ଦେଇଥିବା କଥା ମଧ୍ୟ ଗେହ୍ଲଟ୍ କହିଛନ୍ତି। ସହରରେ ଆଇନଶୃଙ୍ଖଳା ବଜାୟ ରଖିବା ଲାଗି ସାମୟିକ ଭାବେ ଇଣ୍ଟର୍ନେଟ୍ ସେବା ବନ୍ଦ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/clashJ.jpg)