ଇମ୍ଫାଲ: ମଣିପୁର ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ନିକଟରେ ଥିବା ଥାନାକୁ ଆଜି ଉତ୍ତ୍ୟକ୍ତ ଜନତା ଘେରାଉ କରିଥିବା ବେଳେ ସେମାନଙ୍କୁ ଘଉଡ଼ାଇବା ପାଇଁ ପୁଲିସକୁ ଫାଙ୍କା ଗୁଳିଚାଳନା କରିବାକୁ ପଡ଼ିଛି। ଏଥି ସହ ଉକ୍ତ ଅଞ୍ଚଳରେ ପୁନଶ୍ଚ କର୍ଫ୍ୟୁ ଜାରି କରାଯାଇଛି। ଆନ୍ଦୋଳନକାରୀମାନେ ବ୍ୟାପକ ଭାବେ ସରକାରୀ ସମ୍ପତ୍ତି ନଷ୍ଟ କରିବା ଚିନ୍ତା ବଢ଼ାଇଛି।

Advertisment

ସୂଚନାଯୋଗ୍ୟ, ଗତକାଲି ସୀମାନ୍ତ ମୋରେ ସହରରେ ଉଗ୍ରପନ୍ଥୀଙ୍କ ଦ୍ବାରା ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ହତ୍ୟା କରାଯାଇଥିଲା। ଏ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ସରକାରଙ୍କ ନିଷ୍କ୍ରିୟତାକୁ ବିରୋଧ କରି ସ୍ଥାନୀୟ ଯୁବ ସଂଗଠନ ଆରମ୍ବାଇ ତେଙ୍ଗୋଲ ନେତୃତ୍ବରେ ବହୁଲୋକ ଥାନା ଘେରାଉ କରିଥିଲେ। ପୁଲିସଠାରୁ ଅସ୍ତ୍ରଶସ୍ତ୍ର ନେଇଯିବାକୁ ମଧ୍ୟ ପ୍ରୟାସ ହୋଇଥିବାରୁ ବ୍ୟାପକ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇଛି। ଗତକାଲି ଉଗ୍ରପନ୍ଥୀଙ୍କ ଗୁଳିମାଡ଼ରେ ଜଣେ ଏସ୍‌ଡିପିଓଙ୍କ ମୃତ୍ୟୁ ଏବଂ ଘଟଣାସ୍ଥଳକୁ ଯାଉଥିବା କମାଣ୍ଡୋ ବାହିନୀ ଉପରେ ଆକ୍ରମଣକୁ ନେଇ ରାଜ୍ୟରେ ପୁଣି ଥରେ ଉତ୍ତେଜନା ବଢ଼ିଛି।