ନୂଆଦିଲ୍ଲୀ : ‘ଗୁଡ୍ ମର୍ଣ୍ଣିଂ ଗଡ୍’ ନାମରେ ଏକ ଫେସ୍ବୁକ୍ ପେଜ୍ରେ ଏକ ଦମ୍ପତିଙ୍କ ଉଲଗ୍ନ ଫଟୋ ପୋଷ୍ଟ ହୋଇଛି, ଯାହାକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି। ଏହି ଉଲଗ୍ନ ଦମ୍ପତି ପ୍ରକୃତରେ ଉତ୍ତର ପ୍ରଦେଶର ଗ୍ରେଟର ନୋଏଡା ଅଞ୍ଚଳର ହୋଇଥିବା ବେଳେ ଏହା ଜଣେ ଖ୍ରୀଷ୍ଟିଆନ୍ ପାଦ୍ରୀ ଏବଂ ତାଙ୍କ ପତ୍ନୀଙ୍କର ଫଟୋ ଏବଂ ସେମାନଙ୍କୁ ଭାରତରେ ଉଲଗ୍ନ କରି ଅପମାନିତ କରାଯାଉଛି ବୋଲି ଫେସ୍ବୁକ୍ରେ ପୋଷ୍ଟ କରାଯାଇଛି। ଏଭଳି ଏକ ମିଥ୍ୟା ପୋଷ୍ଟକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।
/sambad/media/post_attachments/wp-content/uploads/2019/11/Facebook.jpg)
ସୂଚନାଯୋଗ୍ୟ, ୨୦୧୫ରେ ଉତ୍ତର ପ୍ରଦେଶର ଗୌତମବୁଦ୍ଧ ନଗରରେ ଏକ ଦଳିତ ଦମ୍ପତି ପୁଲିସର ନିଷ୍କ୍ରିୟତା ବିରୋଧରେ ଉଲଗ୍ନ ପ୍ରତିବାଦ କରିଥିଲେ। ପତି-ପତ୍ନୀ ଦୁହେଁ ଉଲଗ୍ନ ଅବସ୍ଥାରେ ରାସ୍ତା ଉପରେ ଠିଆ ହୋଇଥିବାର ଚିତ୍ର ଏବେ ଫେସ୍ବୁକ୍ରେ ଭାଇରାଲ୍ ହେବା ପରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି। ଏହି ଉଲଗ୍ନ ଫଟୋ ଜଣେ ଖ୍ରୀଷ୍ଟିଆନ୍ ପାଦ୍ରୀ ଏବଂ ତାଙ୍କ ପତ୍ନୀଙ୍କର ବୋଲି ଫେସ୍ବୁକ୍ରେ ଭାଇରାଲ୍ ହୋଇଛି। ‘ଗୁଡ୍ ମର୍ଣ୍ଣିଂ ଗଡ୍’ ଫେସ୍ବୁକ୍ ଆକାଉଣ୍ଟ୍ରେ ଲେଖାଯାଇଛି ଯେ, ଉଲଗ୍ନ ଫଟୋ ଜଣେ ଖ୍ରୀଷ୍ଟିଆନ୍ ପାଦ୍ରୀ ଏବଂ ତାଙ୍କ ପତ୍ନୀଙ୍କର। ସେମାନଙ୍କୁ ଉତ୍ତରପ୍ରଦେଶରରେ ଉଲଗ୍ନ କରି ଅପମାନିତ କରାଯାଇଛି। ‘ଗୁଡ୍ ମର୍ଣ୍ଣିଂ ଗଡ୍’ ଏଭଳି ଏକ ଜାଲ୍ ଖବର ଫେସ୍ବୁକ୍ରେ ସେୟାର କରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛି। ପ୍ରକୃତରେ ଏହି ଉଲଗ୍ନ ଫଟୋ ଉତ୍ତର ପ୍ରଦେଶର ଗ୍ରେଟର ନୋଏଡା ଅଞ୍ଚଳର ଏକ ଦଳିତ ଦମ୍ପତିଙ୍କର ଥିଲା। ୨୦୧୫ରେ ପୁଲିସ ସେମାନଙ୍କଠାରୁ ଏଫ୍ଆଇଆର୍ ଗ୍ରହଣ ନ କରିବାରୁ ସେମାନେ ଏହାର ପ୍ରତିବାଦରେ ଉଲଗ୍ନ ପ୍ରତିବାଦ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/Couple-Nacked-Pic-on-Facebook_Thumbnail.jpg)