ନୂଆଦିଲ୍ଲୀ: ଜଣେ ବ୍ୟକ୍ତି ଏକ ଚିତାବାଘର ଲାଞ୍ଜ ଧରି ଅନେକଙ୍କୁ ବିପଦ ମୁଖରୁ ବଞ୍ଚାଇଛନ୍ତି। ସେ ସମୟର ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଜୋର୍ରେ ଭାଇରାଲ୍ ହେଉଛି। ବାଘଟି ଏକ ଜନଗହଳି ସ୍ଥାନରେ ଖୋଲାରେ ବୁଲୁଥିବା ବେଳେ ଜଙ୍ଗଲ ଅଧିକାରୀମାନେ ପଶୁକୁ ଉଦ୍ଧାର କରିବା ପାଇଁ ପାଦ ନଦେବା ପର୍ଯ୍ୟନ୍ତ ବ୍ୟକ୍ତି ଜଣକ ତାହାର ଲାଞ୍ଜକୁ ଧରି ତାକୁ କାବୁ କରି ରଖିଥିଲେ। ତେବେ ଏହି ଘଟଣା କର୍ଣ୍ଣାଟକର ତୁମ୍କୁର୍ ଜିଲ୍ଲାର ଏକ ଗାଁର ବୋଲି ଜଣପଡ଼ିଛି।
ଚିତାବାଘଟି ଗତ ଦୁଇ ଦିନ ଧରି ଗାଁରେ ମୁକ୍ତ ହୋଇ ବୁଲୁଥିଲା, ଯାହା ଗ୍ରାମବାସୀଙ୍କ ମଧ୍ୟରେ ଭୟ ସୃଷ୍ଟି କରିଥିଲା। ଅନେକ ଚେଷ୍ଟା ସତ୍ତ୍ବେ ତାକୁ ଧରାଯାଇ ହେଉନଥିଲା। ଏପରିକି ଗ୍ରାମବାସୀଙ୍କ ଦ୍ୱାରା ନିର୍ମିତ ଏକ ଜାଲରୁ ମଧ୍ୟ ସେ ବାହାରି ଯାଇଥିଲା। ତା’ପରେ ଆନନ୍ଦ ନାମକ ଜଣେ ଗ୍ରାମବାସୀ ତାଙ୍କ ବୀରତ୍ୱର ପରିଚୟ ଦେଥିଲେ। ସେ ଏକ ସାହସିକ ପଦକ୍ଷେପ ଗ୍ରହଣ କରି ବାଘଟିର ଲଞ୍ଜକୁ ଧରି ପକାଇଥିଲେ।
ଭାଇରାଲ ଭିଡିଓରେ ଜଙ୍ଗଲ ଅଧିକାରୀ ଏବଂ ଗ୍ରାମବାସୀଙ୍କ ସମେତ ଏକ ଗୋଷ୍ଠୀ ଚିତାବାଘ ଧରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି। ଆନନ୍ଦ ଶୀଘ୍ର ଚିତାବାଘ ପଛରେ କିଛି ପାଦ ଯାଇ ତା ଲାଞ୍ଜ ଧରି ପକାଇଥିବା ଦେଖିବାକୁ ମିଳିଛି। ତା’ପରେୀ ସମସ୍ତେ ଘେରିଯାଇ ବାଘଟିକୁ ଜାଲ ପକାଇ ମାଡ଼ି ବସିିଥିଲେ।
କର୍ଣ୍ଣାଟକର ବେଙ୍ଗାଲୁରୁରେ ମଧ୍ୟ ଚିତାବାଘ ଆତଙ୍କ ଦେଖାଦେଇଥିଲା। ଗତ ବର୍ଷ ନଭେମ୍ବରରେ ଜଣେ ୫୨ ବର୍ଷ ବୟସ୍କା ମହିଳାଙ୍କର ଚିତାବାଘ ଆକ୍ରମଣରେ ମୃତ୍ୟୁ ଘଟିଥିଲା। ଏହା ପରେ ଜଙ୍ଗଲ ବିଭାଗ ବଡ଼ ବଡ଼ ଗୁହାଳ ନିୟୋଜିତ କରି ଚିତାବାଘକୁ ଟ୍ରାକ କରିବା ପାଇଁ ଚାରିପାଖରେ କ୍ୟାମେରା ଟ୍ରାପ ଲଗାଇଲା।