ମୋଦି ସରକାର ଦେଉଛନ୍ତି ୧୦ହଜାର ଟଙ୍କାର ଚେକ୍‌ ! ଜାଣନ୍ତୁ ଘଟଣା ପଛର ରହସ୍ୟ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ନିକଟରେ ଏକ ମେସେଜ ଭାଇରାଲ ହୋଇଥିଲା, ଯେଉଁଥିରେ କୁହାଯାଇଥିଲା କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୧୫ରେ ବାଳିକାମାନଙ୍କୁ ମାଗଣାରେ ସାଇକେଲ ଭେଟି ଦେବେ। ତେବେ ପରବର୍ତ୍ତୀ ସମୟରେ ଏହି ପ୍ରଚାର ମିଥ୍ୟା ଥିଲା ବୋଲି ଜଣାପଡ଼ିଥିଲା। ଏଭଳି ଏକ ଘଟଣା ପୁଣି ଏବେ ସୋସିଆଲ ମିଡିଆ ଓ ହ୍ଵାଟସ୍‌ ଆପ୍‌ରେ ଘୁରି ବୁଲିଛି। ଯେଉଁଥିରେ ପ୍ରଧାନମନ୍ତ୍ରୀ ବାଳିକା ସମୃଦ୍ଧି ଯୋଜନା ଜରିଆରେ ୧ରୁ ୧୮ବର୍ଷର ସମସ୍ତ ବାଳିକାଙ୍କୁ ୧୦ହଜାର ଟଙ୍କାର ଚେକ୍‌ ପ୍ରଦାନ କରିବେ ବୋଲି ସୂଚନା ରହିଛି। ଏଥିପାଇଁ ପଞ୍ଜିକରଣର ଶେଷ ତାରିଖ ଅଗଷ୍ଟ ୧୫ ପର୍ଯ୍ୟନ୍ତ ରହିଛି ବୋଲି ବି କୁହାଯାଇଛି। ଏହି ମେସେଜ ସହିତ ଏକ ଲିଙ୍କ୍‌ ବି ସେୟାର କରାଯାଉଛି। ଏହାକୁ ରେଜିଷ୍ଟ୍ରେସନ୍‌ର ଲିଙ୍କ୍‌ ବୋଲି କୁହାଯାଉଛି।

ତେବେ ଏହି ଘଟଣାକୁ ନେଇ ହୋଇଥିବା ଯାଞ୍ଚରୁ ଜଣାପଡ଼ିଛି କି, ଯେଉଁ େଓ୍ଵବସାଇଟ୍‌ର ଲିଙ୍କ୍‌ ଦିଆଯାଉଛି, ତାହାର କୌଣସି ସରକାରୀ ଏଜେନ୍ସି ସହିତ .ନେଣ-ଦେଣ ନାହିଁ। କେବଳ ଏତିକି ନୁହେଁ, କେନ୍ଦ୍ର ସରକାରଙ୍କ ତରଫରୁ ୧୦ହଜାର ଟଙ୍କାର ଚେକ୍‌ ବାଣ୍ଟିବାର କୌଣସି ଯୋଜନାର ଘୋଷଣା ଏଥିରେ କରାଯାଇନାହିଁ।

ମେସେଜରେ ଦିଆଯାଇଥିବା େଓ୍ଵବସାଇଟ୍‌ ଲିଙ୍କକୁ ଯିବା ପରେ ରେଜିଷ୍ଟ୍ରେସନ୍‌ କରିବା ପାଇଁ କୁହାଯାଇଛି। ଏଥିରେ କନ୍ୟାର ନାମ, ଆବେଦକଙ୍କ ନାମ, ବୟସ ଓ ରାଜ୍ୟ ବିଷୟରେ ସୂଚନା ମାଗାଯାଇଛି । କିନ୍ତୁ ଏଥିରେ ଘର ଠିକଣା, ମୋବାଇଲ ନମ୍ବର, କିମ୍ବା କୌଣସି ଇମେଲ ଆଇଡି ଆଦି ମାଗା ଯାଇନାହିଁ। ତେବେ ଏହି ଏହି ଯୋଜନାର ଲାଭ କିପରି ଉଠାଇ ହେବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

େଓ୍ଵବସାଇଟ୍‌ର ସବୁଠାରୁ ତଳେ about us ସେକ୍‌ସନ୍‌ ରହିଛି। ଏହା ଉପରେ କ୍ଲିକ୍‌ କଲେ ନୂଆ ପେଜ ଖୋଲିବ। ନୂଆ ପେଜରେ ସ୍ପଷ୍ଟ ଭାବେ ଲେଖା ହୋଇଛି କି ‘ଏହି େଓ୍ଵବସାଇଟ୍‌ ଭାରତ ସରକାରଙ୍କ ସହିତ ଜଡ଼ିତ ନାହିଁ, କିମ୍ବା ଆମେ ଆପଣଙ୍କ ଠାରୁ କିଛି ବି ହାସଲ କରିବାକୁ ଚାହୁଁ ନାହୁଁ। ଏହି େଓ୍ଵବସାଇଟ୍‌ ବନାଇବାର ଲକ୍ଷ୍ୟ ହେଉଛି ଲୋକମାନଙ୍କୁ ଏହି ଯୋଜନା ପ୍ରତି ଜାଗୃତ କରିବା।’

ବାସ୍ତବ କଥା ହେଉଛି େଓ୍ଵବସାଇଟ୍‌ରେ ଡିଟେଲ ଭରିବା ପରେ ସବ୍‌ମିଟ ହୋଇଯାଇଥାଏ। ଏହାପରେ ଭେରିଫିକେସନ୍‌ ପାଇଁ ଏହି ମେସେଜ ୧୦ଟି ଗ୍ରୁପ୍‌ରେ ସେୟାର କରିବା ପାଇଁ କୁହାଯାଇଥାଏ। ଏହା ହ୍ଵାଟସ୍‌ ଆପ୍‌ରେ ଯେତେବେଳେ ସେୟାର ହେବ କିଛି ଲୋକ ଏହାକୁ ସତ ଭାବି କ୍ଲିକ୍‌ କରିବେ ଏବଂ ସେମାନେ ବି ରେଜିଷ୍ଟ୍ରେସନ୍‌ ପ୍ରୋସେସ୍‌ ପୂରା କରିବା ଆରମ୍ଭ କରଦେବେ।

ଆଇଟି ଏକ୍ସପର୍ଟଙ୍କ କହିବାନୁସାରେ, ଏଭଳି ନକଲି ମସେଜ ପାଇଁ େଓ୍ଵବସାଇଟ୍‌ରେ ହଜାରରୁ ଲକ୍ଷାଧିକ ସଂଖ୍ୟାରେ ଲୋକ ପହଞ୍ଚି ଥାଆନ୍ତି। କିଛି ସମୟ ପାଇଁ ହେଉ ପଛେ ଏଭଳି କରିବା ଦ୍ୱାରା ସେମାନଙ୍କ ଭଲ ବ୍ୟବସାୟ ହୋଇଥାଏ।

ସମ୍ବନ୍ଧିତ ଖବର