ଡ଼ାକ୍ତରଖାନା ବାହାରେ ଅପେକ୍ଷା କରି ରହିଥିଲେ ୪ଟି ବୁଲା କୁକୁର, ସାମ୍ନାକୁ ଆସିଲା ଆଖିକୁ ଲୁହ ଆସିିବା ଭଳି କାରଣ

ନୂଆଦିଲ୍ଲୀ : କୁହାଯାଏ କୁକୁର ହେଉଛି ମଣିଷର ସବୁଠାରୁ ବିଶ୍ୱସ୍ତ ବନ୍ଧୁ । ଏହି କଥାଟି ଭାଇରାଲ ହୋଇଥିବା ଏକ ଫଟୋ ପ୍ରମାଣ ଦେବାରେ ଲାଗିଛି । ଭାଇରାଲ ହେଉଥିବା ଫଟୋରେ ୪ଟି ବୁଲା କୁକୁର ଡ଼ାକ୍ତରଖାନାର ଗେଟ୍‌ ବାହାରେ ଠିଆ ହୋଇ କାହାକୁ ଅପେକ୍ଷା କରିଥିବାର ଦେଖା ଯାଇଛି । ବ୍ରାଜିଲରେ ଏହି ଘଟଣାଟି ଘଟିଥିବା ବେଳେ ୪ଟି କୁକୁର କାହାର ଫେରିବା ବାଟକୁ ଚାହିଁ ବସିଥିବା ଫଟୋରୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି । ୪ଟି କୁକୁରଙ୍କର ଏହି ଫଟୋଟି ଡ଼ାକ୍ତାରଖାନାର ଜଣେ ନର୍ସ ଫେସ୍‌ବୁକ୍‌ରେ ସେୟାର କରି ଏହା ପଛର କାହାଣୀ ଜଣାଇଥିଲେ ।

ସୂଚନା ମୁତାବକ, ମାମଲାଟି ରିୟୋ ଡ଼ୁ ସୁଲରେ ଘଟିଥିଲା । ଜଣେ ଯୁବକଙ୍କୁ ଚିକିତ୍ସା ପାଇଁ ଡ଼ାକ୍ତରଖାନା ଅଣା ଯାଇଥିବା ବେଳେ ଯୁବକଙ୍କ କେହି ନିକଟ ସଂପର୍କୀୟ ନ ଥିବା ଭାବିଥିଲେ ଡ଼ାକ୍ତର । କିନ୍ତୁ ଡ଼ାକ୍ତରଖାନା ବାହାରେ ସେହି ଯୁବକଙ୍କ ପାଇଁ ୪ଟି ଅନାଥ ବୁଲା କୁକୁର ଜଗି ବସିଥିଲେ । ନର୍ସଙ୍କୁ ଏହି ଘଟଣା ବିଷୟରେ ଜଣାପଡ଼ିବା ପରେ ସେ ଫଟୋ ସହ କାହାଣୀ ସେୟାର କରିଥିଲେ ।

ନର୍ସଙ୍କ ପୋଷ୍ଟରେ, ସିଜର ନାମକ ଏକ ରୋଗୀଙ୍କୁ ଚିକିତ୍ସା ପାଇଁ ରାତି ୩ଟାରେ ଡ଼ାକ୍ତରଖାନା ଅଣା ଯାଇଥିଲା । ତାଙ୍କ ସହ କେହି ନାହାନ୍ତି ବୋଲି ଆମେ ପ୍ରଥମେ ଭାବିଥିଲୁ । କିନ୍ତୁ ଷ୍ଟ୍ରେଚର ପଛେ ପଛେ ଆସି ଡ଼ାକ୍ତରଖାନା ବାହାରେ ୪ଜଣ ବୁଲା କୁକୁର ଠିଆ ହୋଇଥିବା ଆମେ ଦେଖିଲୁ । ପରେ ଜଣା ପଡ଼ିଲା କି, ସିଜର ଏହି କୁକୁରମାନଙ୍କ ସହ ନିଜର ପୂରା ଦିନ ବିତାଇଥାନ୍ତି । ଏହି ୪ଟି କୁକୁରଙ୍କୁ ଖାଇବାକୁ ଦେବା ପାଇଁ ସିଜର ନିଜ ଖାଇବା ସେମାନଙ୍କୁ ଦେଉଥିଲେ । ଯାହା ପାଇଁ ଅଧିକ ସମୟ ଭୋକରେ ରହି ତାଙ୍କ ସ୍ୱସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ସବୁ ଘଟଣା ଜାଣିବା ପରେ ଆମେ କୁକୁରମାନଙ୍କୁ ଭିତରକୁ ଆସିବା ପାଇଁ ଦେବା ସହ ଖାଇବାକୁ ଦେଇଥିଲୁ ବୋଲି ଲେଖିଥିଲେ ନର୍ସ କ୍ରିଶ ମାମ୍‌ପ୍ରିମ୍‌ ।

ସମ୍ବନ୍ଧିତ ଖବର