ମାଛ ସାଜିଲେ ବର-କନ୍ୟା, ବର ପିନ୍ଧିଲା ଲୁଙ୍ଗି, କନ୍ୟା ପିନ୍ଧିଲା ଶାଢ଼ି

ଭାଇରାଲ ହେଲା ଫଟୋ

ଢାକା: ବର-କନ୍ୟା ସାଜିଲେ ଦୁଇଟି ମାଛ ଗୋଟିଏ ମାଛ ଲୁଙ୍ଗି ପିନ୍ଧିଥିବା ବେଳେ ଅନ୍ୟ ମାଛଟି ଶାଢ଼ି ପିନ୍ଧିଛି | ବର ସାଜିଥିବା ମାଛଟିର ପାଟିରେ ସିଗାରେଟଟିଏ ଥିବାବେଳେ କନ୍ୟା ସାଜିଥିବା ମାଛର ନାକରେ ନାକଫୁଲଟିଏ ଲଗାଯାଇଛି | ସୋସିଆଲ ମିଡିଆରେ ଘୁରିବୁଲୁଛି ଏଭଳି ଏକ ଫଟୋ ଯାହାକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି |

ଫଟୋରେ ଲେଖାଯାଇଥିବା ତଥ୍ୟ ମୁତାବକ ବାଂଲାଦେଶ ରାଜଧାନୀ ଢାକାରେ ଏଭଳି ଏକ ପରମ୍ପରା ପାଳନ କରାଯାଏ | ଯେଉଁଥିରେ ଦୁଇଟି ମାଛଙ୍କୁ ପ୍ରଥମେ ସଜାଯାଏ ଏହାପରେ ଏମାନଙ୍କର ବାହାଘର କରାଯାଏ | ବରକୁ ଲୁଙ୍ଗି ପିନ୍ଧାଯାଉଥିବାବେଳେ କନ୍ୟା ମାଛକୁ ଶାଢ଼ି ପିନ୍ଧାଯାଏ | ସେହିପରି ବର ସାଜିଥିବା ମାଛର ପାଟିରେ ସିଗାରେଟଟିଏ ରଖାଯାଉଥିବାବେଳେ କନ୍ୟା ସାଜିଥିବା ମାଛର ନାକରେ ନାକଫୁଲଟିଏ ଲଗାଯାଇଥାଏ |

ଫଟୋ: ସୋସିଆଲ ମିଡ଼ିଆ

ତେବେ ବଡ କଥା ଏହି ଫଟୋର କେତେ ସତ୍ୟତା ରହିଛି ତାହା ଜଣାପଡ଼ିନଥିବାବେଳେ ଏବେ ଏହି ଫଟୋଟି ଭାଇରାଲ ହେବାରେ ଲାଗିଛି | ଫେସବୁକରେ ଏହି ଫଟୋଟି ଘୁରିବୁଲୁଥିଵାବେଳେ ୟୁଜର୍ସ ସେୟାର କରିବାରେ ଲାଗିପଡିଛନ୍ତି |

ସମ୍ବନ୍ଧିତ ଖବର