ପତ୍ନୀଙ୍କୁ ବିମାନ ଭିତରେ ଆରାମରେ ଶୋଇବା ପାଇଁ ନିଜ ସିଟ୍‌ ଛାଡ଼ିଦେଇ ଦୀର୍ଘ ୬ ଘଣ୍ଟା କାଳ ଛିଡ଼ାହୋଇ ଯାତ୍ରାକଲେ ବ୍ୟକ୍ତି; ଫଟୋ ଭାଇରାଲ ହେବାପରେ ସୋସିଆଲ ମିଡିଆରେ ଆରମ୍ଭ ହେଲା ବିତର୍କ

ନୂଆଦିଲ୍ଲୀ: ଏକ ଅନ୍ତର୍ଜାତୀୟ ଉଡ଼ନ୍ତା ବିମାନ ମଧ୍ୟରେ ପତ୍ନୀଙ୍କୁ ଆରାମରେ ଲମ୍ବ ହୋଇ ଶୋଇବା ପାଇଁ ନିଜ ସିଟ୍‌ ଛାଡ଼ିଦେଇ ଜନୈକ ବ୍ୟକ୍ତି ଉଡ଼ନ୍ତା ବିମାନରେ ଦୀର୍ଘ ୬ ଘଣ୍ଟା କାଳ ଛିଡ଼ା ହୋଇ ଯାତ୍ରା କରିବା ଘଟଣାକୁ କେନ୍ଦ୍ର କରି ଏବେ ବିଶ୍ୱବ୍ୟାପୀ ଚର୍ଚ୍ଚା ଓ ଆଲୋଚନା ଆରମ୍ଭ ହୋଇଛି। ଅପରପକ୍ଷରେ ଏହି ଘଟଣାର ଫଟୋ ଭାଇରାଲ ହେବାପରେ ଏହାକୁ କେନ୍ଦ୍ର କରି ଏବେ ସୋସିଆଲ ମିଡିଆରେ ବତର୍କ ଆରମ୍ଭ ହୋଇଯାଇଛି। ଭାଇରାଲ ହୋଇଥିବା ଫଟୋରେ ଉଡ଼ନ୍ତା ବିମାନରେ ବ୍ୟକ୍ତି ଜଣକ ତାଙ୍କ ପତ୍ନୀଙ୍କ ପାଖରେ ଠିଆହୋଇ ରହିଥିବା ବେଳେ ପତ୍ନୀ ଜଣକ ତିନିଟି ସିଟ୍‌କୁ ମିଶାଇ ତା’ ଉପରେ ଲମ୍ବ ହୋଇ ଶୋଇ ଯାଇଛନ୍ତି।

ଏହି ଘଟଣାକୁ କେନ୍ଦ୍ରକରି ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଦୁଇ ଭାଗରେ ବିଭକ୍ତ ହୋଇ ପଡ଼ିଛନ୍ତି। କେତେକ ବ୍ୟବହାରକାରୀ ବ୍ୟକ୍ତିଙ୍କର ଏପ୍ରକାର କାର୍ଯ୍ୟକୁ ପ୍ରଶଂସା କରିବା ସହ ‘ମଧୁର’ ଏବଂ ‘ଏହାହିଁ ପ୍ରେମ’ ବୋଲି କହିଛନ୍ତି। ଅପର ପକ୍ଷରେ ଆଉ କେତେକ ବ୍ୟବହାରକାରୀ ମହିଳା ଜଣଙ୍କୁ ’ସ୍ୱାର୍ଥୀ’ ବୋଲି କହିବା ସହ ତାଙ୍କୁ ଗାଳି ଦେବାକୁ କୁଣ୍ଠିତ ହୋଇ ନାହାନ୍ତି।

ସମ୍ବନ୍ଧିତ ଖବର