ନୂଆଦିଲ୍ଲୀ: ପ୍ରୟାଗରାଜରେ ମହାକୁମ୍ଭ ମେଳା ଚାଲିଛି। ଏଯାବତ ୫୦କୋଟିରୁ ଅଧିକ ଶ୍ରଦ୍ଧାଳୁ ସଙ୍ଗମରେ ବୁଡ଼ ପକାଇ ଖୁସି ହୋଇ ଘରକୁ ଫେରିଥିବା ବେଳେ ଆଉ କିଛି‌‌ଲୋକ ପ୍ରବଳ ଭିଡ଼ ହେତୁ ମହାକୁମ୍ଭରେ ପହଞ୍ଚି ପାରୁ ନାହାନ୍ତି।
ରାସ୍ତାରେ ସେମାନଙ୍କୁ ଟ୍ରାଫିକ ଜାମ ହେତୁ ନାହିଁ ନଥିବାର ଭିଡ଼ର ସମ୍ମୁଖୀନ ହେବାକୁ ପଡ଼ୁଛି। ଯେଉଁ କାରଣରୁ ଉକ୍ତ ଶ୍ରଦ୍ଧାଳୁମାନେ ଏଯାବତ ସଙ୍ଗମରେ ସ୍ନାନ କରି ପାରି ନାହାନ୍ତି।

Advertisment

ଏହି କ୍ରମରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହୋଇଛି। ଯେଉଁଥିରେ ଦାବି କରାଯାଇଛି କି, ‘ଯେଉଁଲୋକମାନେ ପ୍ରୟାଗରାଜ‌ରେ ପହଞ୍ଚି ପାରି ନାହାନ୍ତି ବା ପାରୁ ନାହାନ୍ତି ସେମାନେ ଡିଜିଟାଲ ଗଙ୍ଗା ସ୍ନାନ କରି ପାରିବେ।

ଏଥିପାଇଁ ଶ୍ରଦ୍ଧାଳୁ ୫୦୦ଟଙ୍କା ପଠାଇ ନିଜର ଫ‌ଟୋ ଓ ହ୍ବାଟସଆପ କରିବାକୁ ହେବ । ଯାହାର ପ୍ରିଣ୍ଟ ବାହାର କରାଯାଇ ଗଙ୍ଗାରେ ଭସାଇ ଦିଆଯିବ। ଗଙ୍ଗାରେ ଯେଉଁ ଲୋକଙ୍କ ନାମ ଥିବା ପ୍ରିଣ୍ଟ ଭସାଯିବ ଉକ୍ତ ଲୋକଙ୍କୁ  ପୁର୍ଣ୍ଣ୍ୟ ମିଳିଯିବ।

ଏହି ପୋଷ୍ଟରରେ ଦିଆଯାଇଥିବା ନମ୍ବରରେ କିଛି ଗଣମାଧ୍ୟମ ପ୍ରତିନିଧି ଯେତେବେଳେ ଯୋଗୋଯୋଗ କରିବାକୁ ଚେଷ୍ଟା କରିଥିଲେ ‌କୌଣସି ପ୍ରକାର ଉତ୍ତର ମିଳି ନଥିଲା।  ତେଣୁ ଲୋକଙ୍କୁ  ଏପୋଷ୍ଟର ପ୍ରତି ସ‌ଚେତନ କରାଇ ଜାଗୃଦ କରାଯାଇଛି କି , ‘ଅନଲାଇନରେ ଆସୁଥିବା ଏଭଳି ପୋଷ୍ଟ ଉପରେ ବିଶ୍ବାସ କରନ୍ତୁ ନାହିଁ। କାରଣ ଯୋଗୀ ସରକାର ଏପରି କିଛି ବ୍ୟବସ୍ଥାର ଘୋଷଣା କରି ନାହାନ୍ତି। ଏହା ଅନଲାଇନ ଜରିଆରେ ଲୋକଙ୍କୁ ଠକିବାକୁ ଚେଷ୍ଟା କରାଯାଉଛି।’