ନୂଆଦିଲ୍ଲୀ: ଆଜିକାଲିର ଇଣ୍ଟରନେଟ ଜମାନାରେ ପିଲାମାନେ ଫୋନର ନିଶାରେ ଅଧିକ ପଡ଼ୁଥିବା ଦେଖାଯାଉଛି। ୨ବର୍ଷର ଛୁଆ ବି ଫୋନ ଧରି ଭିଡିଓ କରୁଥିବା ଦେଖିବାକୁ ମିଳୁଛି। ବିଭିନ୍ନ ସୋସିଆଲ ମିଡିଆ ଆକାଉଣ୍ଟରେ ପ୍ରତିଦିନ ଅନେକ ଅଜବ ଅଜବ ଭିଡିଓ ସାମ୍ନାକୁ ଆସେ, ଯାହା ଆଶ୍ଚର୍ଯ୍ୟ କରେ। ଏବେ ସେଭଳି ଏକ ଭିଡିଓ ଖୁବ ଭାଇରାଲ ହେଉଛି, ଯେଉଁଥିରେ ଜଣେ ନାବାଳିକା ନିଜ ମୃତ ବାପାଙ୍କ ଫଟୋ ଆଗରେ ଠିଆ ହୋଇ ଭିଡିଓ କରୁଛି।
ଏହା ଶୁଣି ଆପଣ ଭାବୁଥିବେ ଯେ, ଏଥିରେ ଅସୁବିଧା କ’ଣ। ଅସୁବିଧାଟି ଆପଣ ଭିଡିଓ ଦେଖିଲେ ଭଲ ଭାବରେ ଜାଣିପାରିବେ। ଏକ୍ସରେ ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ, ନାବାଳିକା ନିଜ ମୃତ ବାପାଙ୍କ ଫଟୋ ଆଗରେ ଠିଆ ହୋଇ ଭିଡିଓ ରେକର୍ଡ କରୁଛି। ଏହା ପରେ ସେ କୁକୁର କାନ, ନାକ ଓ ଜିଭ ଥିବା ଫିଲଟର ଲଗାଇ ଭିଡିଓ ବନାଉଛି। ଭିଡିଓରେ ଫିଲଟରଟି ଝିଅ ସହ ମୃତ ବାପାଙ୍କ ମୁହଁରେ ବି ଦେଖିବାକୁ ମିଳିଛି।
Ye gendu generation hai pic.twitter.com/14brkcr5Te
— Kisslay Jha🇮🇳 (@KisslayJha) December 2, 2023
ଏଭଳି ଭିଡିଓ ଦେଖି ଲୋକେ ଆଗାମୀ ପିଢ଼ିର ଭବିଷ୍ୟତ କିଭଳି ହେବ, ତାହା ଚିନ୍ତା କରିବା ଆରମ୍ଭ କରିଛନ୍ତି। ଭିଡିଓକୁ ଟ୍ରୋଲ କରି ଜଣେ ବ୍ୟବହାରକାରୀ ଲେଖିଛନ୍ତି, "ମୁଁ କେବେ ବି ପିଲା ଜନ୍ମ କରିବି ନାହିଁ"। ଅନ୍ୟଜଣେ ଲେଖିଛନ୍ତି, "ସବୁ ବ୍ୟବହାର କରିନିଅ। ଏପିଢ଼ି ପାଇଁ କିଛି ରଖନାହିଁ।"