ପଥରଫିଙ୍ଗାଳିଙ୍କୁ ଖୁଣ୍ଟିରେ ବାନ୍ଧି ପୁଲିସର ମାଡ଼ ଭିଡିଓ ଭାଇରାଲ୍; ‘କଙ୍ଗାରୁ କୋର୍ଟ’ ନେଇ ଉଠିଲା ବିବାଦ

ଅହମଦାବାଦ:  ଗୁଜରାଟରେ ନବରାତ୍ରି ପାଳନ ସମୟରେ ପଥରଫିଙ୍ଗା ଘଟଣା ପରେ ଏଥିରେ ସଂପୃକ୍ତ ଭିନ୍ନ ସଂପ୍ରଦାୟର ଅଭିଯୁକ୍ତଙ୍କୁ ସର୍ବସାଧାରଣରେ ପୁଲିସର ମାଡ଼ ଭିଡିଓ ବିବାଦଘେରକୁ ଆସିଛି। ପଥର ଫିଙ୍ଗିବା ଅଭିଯୋଗରେ ଗିରଫ ହୋଇଥିବା କିଛି ମୁସଲମାନ ବ୍ୟକ୍ତିଙ୍କୁ ଏକ ଖୁଣ୍ଟିରେ ବାନ୍ଧି ଗୁଜୁରାଟର ଖେଡା ଜିଲ୍ଲାର ସାଦା ପୋଷାକଧାରୀ ପୁଲିସ କର୍ମଚାରୀମାନେ ଠେଙ୍ଗାରେ ପିଟିବା ଭିଡିଓ ଭାଇରାଲ୍ ହୋଇଛି । ସ୍ଥାନୀୟ ନ୍ୟୁଜ୍ ଚାନେଲ୍ ଭିଟିଭି ଗୁଜୁରାଟୀ ନ୍ୟୁଜ୍ ଏହି ଭିଡିଓ ସେୟାର କରି କହିଛି ଯେ ଉନ୍ଧେଲା ଗ୍ରାମରେ “୧୦ରୁ ୧୧ ଜଣଙ୍କୁ ଗାଁକୁ ଅଣାଯାଇଥିଲା, ଯେଉଁଠାରେ ପୁଲିସ ସେମାନଙ୍କୁ ସର୍ବସାଧାରଣରେ ମାଡ଼ ମାରି ଦଣ୍ଡିତ କରିଥିଲା।”

ଏହି ଘଟଣା ପରେ ସେମାନଙ୍କୁ ସର୍ବସାଧାରଣରେ କ୍ଷମା ମାଗିବାକୁ କୁହାଯାଇଥିଲା ଏବଂ ଏହି ଅଞ୍ଚଳର ଦାୟିତ୍ୱରେ ଥିବା ପୁଲିସ ଇନ୍ସପେକ୍ଟର ମଧ୍ୟ ଉପସ୍ଥିତ ଥିଲେ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଟ୍ୱିଟରରେ ସେୟାର ହୋଇଥିବା ଏହି ଭିଡିଓକୁ ଦେଖି ବହୁ ବ୍ୟବହାରକାରୀ ପୁଲିସର  “କଙ୍ଗାରୁ କୋର୍ଟ” ଉପରେ ପ୍ରଶ୍ନ ଉଠାଇଛନ୍ତି। ନ୍ୟୁଜ୍ ଏଜେନ୍ସି ପିଟିଆଇ ରିପୋର୍ଟ କରିଛି ଯେ ଗତକାଲି ରାତିରେ ଏକ ମନ୍ଦିର ପରିସରରେ ଗରବା ଚାଲିଥିବ‌ା ବେଳେ ପ୍ରାୟ ୧୫୦ ଜଣ ଏକତ୍ରିତ ହୋଇ ପଥର ଫିଙ୍ଗିଥିଲେ; ଏହି ମାମଲାରେ ୪୩ ଜଣଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର