‘ଭାରତକୁ ଚାଲି ଯା’ ଆମେରିକାର ଟେକ୍ସାସରେ ଭାରତୀୟ ମହିଳାଙ୍କୁ ମିଳିଲା ଧମକ

ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଟେକ୍ସାସର ପ୍ଲାନୋରେ ଥିବା ସିକ୍ସଟି ୱାଇନ୍ ରେଷ୍ଟୁରାଣ୍ଟ ବାହାରେ ଥିବା ରେଷ୍ଟୁରାଣ୍ଟ ପାର୍କିଂରେ ଜଣେ ମହିଳା ଭାରତୀୟ-ଆମେରିକୀୟ ମହିଳାଙ୍କୁ ଧମକ ଦେଉଥିବାର ଦେଖିବାକୁ ମିଳିଛି | ସାଢେ ପାଞ୍ଚ ମିନିଟର ଭିଡିଓରେ ଜଣେ ଆମେରିକୀୟ ମହିଳା କିଛି ଭାରତୀୟଙ୍କୁ ଭାରତ ଫେରି ଯାଅ ବୋଲି କହୁଥିବାର ଦେଖିବାକୁ ମିଳିଛି | କେବଳ ଏତିକି ନୁହେଁ ଉକ୍ତ ଆମେରିକୀୟ ମହିଳା ଜଣକ ଏଥିସହ ଗୁଳି ଚଳାଇବାର ଧମକ ଦେଇଛନ୍ତି। ଆଉ ଏହି ଭିଡିଓ ବାବଦରେ ପୁଲିସ ଜାଣିବା ପରେ ଏବେ ଧମକ ଦେଇଥିବା ମହିଳାଙ୍କୁ ଗିରଫ କରିଛି |

ପ୍ଲାନୋ ପୁଲିସ ଦ୍ୱାରା ଜାରି ବିବୃତ୍ତି ଅନୁଯାୟୀ ମହିଳାଙ୍କ ନାମ ଏସମେରାଲା ଅପ୍ଟନ ହୋଇଥିବାବେଳେ ଗୁରୁବାର ତାଙ୍କୁ ଗିରଫ କରାଯାଇଥିଲା। ଏହି ଘଟଣାର ଏବେ ତଦନ୍ତ ଚାଲିଛି। ପୁଲିସ ଏହି ଘଟଣାକୁ ଏକ ଜଘନ୍ୟ ଅପରାଧ ଭାବେ ଗ୍ରହଣ କରିଛି। ବୁଧବାର ବିଳମ୍ବିତ ରାତିରେ ଫେସବୁକରେ ଏହି ଭିଡିଓ ପ୍ରଥମେ ସେୟାର କରାଯାଇଥିଲା।

ଏହି ଭିଡିଓରେ ଅପ୍ଟନ୍ ସେଠାରେ ଠିଆ ହୋଇଥିବା ମହିଳାମାନଙ୍କୁ “ଭାରତକୁ ଫେରିବାକୁ” କହିଥିଲେ। ଅନ୍ୟପଟେ କାଉନସିଲ୍ ଅଫ୍ ଆମେରିକାନ-ଇସଲାମିକ୍ ରିଲେସନ୍ସ (CAIR) ଗୁରୁବାର ଏକ ବିବୃତ୍ତି ଜାରି କରିଛି। ଏଥିରେ କୁହାଯାଇଛି ଯେ “ପ୍ଲାନୋରେ ଚାରି ଜଣ ଭାରତୀୟ-ଆମେରିକୀୟ ମହିଳାଙ୍କୁ ଦିଆଯାଇଥିବାବେଳେ ଟେକ୍ସାସରେ ଏହି ପ୍ରକାରର ଘୃଣାର ସ୍ଥାନ ନାହିଁ।

ସମ୍ବନ୍ଧିତ ଖବର