ନୂଆଦିଲ୍ଲୀ : ପଂଜାବୀ ପପ୍ ଗାୟକ ଶୁଭଦୀପ ସିଂ ଓରଫ ସିଦ୍ଧୁ ମୁସେଓ୍ବାଲାଙ୍କୁ ଗୁଳି କରିବା ପରେ ହତ୍ୟାକାରୀମାନେ ବନ୍ଧୁକ ଧରି ଖୁସି ମନାଉଥିବାର ଏକ ଭିଡିଓ ଭାଇରାଲ ହୋଇଛି । ଗିରଫ ଜଣେ ହତ୍ୟାକାରୀର ଫୋନରୁ ଏହି ଭିଡିଓ ମିଳିଥିବା ଜଣାଯାଇଛି ।
ଭିଡିଓରେ ଦେଖାଯାଉଛି ମୁସେଓ୍ବାଲାଙ୍କୁ ଗୁଳି କରି ହତ୍ୟା କରିବା ପରେ ହତ୍ୟାକାରୀମାନେ ଏକ ଗାଡ଼ିରେ ମାଉଜର ଦେଖାଇ ଖୁସି ମନାଉଛନ୍ତି ।
ଏହି ହତ୍ୟା ମାମଲାରେ ଦିଲ୍ଲୀ ପୁଲିସ ଆଉ ଜଣେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି । ତା ନାଁ ହେଉଛି ଅଙ୍କିତ ସିର୍ସା (୧୯), ଯିଏ ସିଦ୍ଧୁ ମୁସେୱରଲାଙ୍କୁ ଅତି ପାଖରୁ ଗୁଳି ମାରିଥିଲା । ତାକୁ ସୋମବାରଗିନ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍ ଗିରଫ କରିଥିବା ଜଣାପଡ଼ିଛି ।
#SidhuMooseWala murder: A video of group of shooters including Priyavart Fauji, Ankit Sirsa, who killed #MooseWala can be seen with weapons traveling in the car. #Delhi police has recovered this video from Ankit's mobile. pic.twitter.com/L0R5fyMnYd
— Parteek Singh Mahal (@parteekmahal) July 4, 2022
ଏହା ପୂର୍ବରୁ ଗତ ଜୁନ ୨୦ରେ ଦୁଇ ଜଣ ସାର୍ପ ସୁଟରଙ୍କୁ ଅଭିଯୁକ୍ତଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଥିଲା । ଗିରଫ ଦୁଇ ସୁଟରଙ୍କ ମଧ୍ୟରୁ ଜଣକ ନାଁ ପ୍ରିୟବ୍ରତ ଓରଫ ଫୌଜି (୨୬) ଓ ଅନ୍ୟ ଜଣକ ନାଁ କସିସ ଓରଫ କୂଳଦୀପ (୨୪) । ପ୍ରିୟବ୍ରତ ସୋନିପତ, ହରିୟାଣାର ବାସିନ୍ଦା ହୋଇଥିବାବେଳେ ପୂର୍ବରୁ ସେ କୁଖ୍ୟାତ ରାମକରନ ଗ୍ୟାଙ୍ଗର ସାର୍ପସୁଟର ଥିଲା । ଏହାର ୨ ଦିନ ପୂର୍ବରୁ ଅର୍ଥାତ ଜୁନ ୧୮ରେ ଆଉ ଜଣେ ସୁଟର ସନ୍ତୋଷ ଯାଦବକୁ ଗିରଫ କରାଯାଇଥିଲା ।