ଭୋପାଳ: ମା’ଙ୍କୁ ବୃଦ୍ଧ‌ାଶ୍ରମ ପଠାଇବାକୁ ମନା କଲା ସ୍ବାମୀ । ବ‌ାପଘର ଲୋକଙ୍କୁ ଡାକି ପିଟିଲା ସ୍ତ୍ରୀ। ମଧ୍ୟପ୍ରଦେଶର ଭୋପାଳରେ ଏହି ଅଭାବନୀୟ ଘଟଣା ଘଟିଛି। ଘରେ ଲାଗିଥିବା ସିସିଟିଭି‌ରେ ପୂରା ଘଟଣା କଏଦ ହୋଇଛି, ଯେଉଁଥିରେ ବୋହୂ ନିଜ ଶାଶୁକୁ ନିସ୍ତୁକ ପିଟୁଥିବା ଦେଖାଯାଇଛି। ଏପ୍ରିଲ ୧ରେ ଏହି ଘଟଣା ଘଟିଥିବା ବେଳେ ପୀଡ଼ିତ ବିଶାଳ ବତ୍ରା ପୁଲିସରେ ଏହାର ଅଭିଯୋଗ କରିଛନ୍ତି।

Advertisment

ତାଙ୍କ ଅଭିଯୋଗ ମୁତାବକ, "ଛୋଟ ଝଗଡ଼ାକୁ ନେଇ ମାର୍‌ପିଟ୍ ଆରମ୍ଭ ହୋଇଥିଲା। ମୋ ମା’ ସାରଳା ବତ୍ରାଙ୍କୁ ବୃଦ୍ଧାଶ୍ରମରେ ଛାଡିବା ପାଇଁ ମୋ ପତ୍ନୀ ମୋତେ ବାଧ୍ୟ କରୁଥିଲେ। ହେଲେ ମୁଁ ରାଜି ନଥିଲି। ଏହାକୁ ନେଇ ଆମର ଝଗଡ଼ା ହୋଇଥିଲା। ଏଥିରେ ରାଗିଯାଇ ଏପ୍ରିଲ ୧ରେ ସେ ନିଜ ପରିବାର ଲୋକଙ୍କୁ ଡାକିଥିଲେ। ମୋ ଶଶୁର ଓ ଶଳା ଆସି ମୋତେ ମାଡ଼ ମାରିବା ଆରମ୍ଭ କରିଥିଲେ। ମୋ ମା’ ସମାଧାନ କରିବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କୁ ତଳେ ଘୋଷାଡି ମାଡ଼ ମାରିଥିଲା ମୋ ପତ୍ନୀ। ମୋ ଶଳା ମୋତେ ଓ ମୋ ମା’ଙ୍କୁ ହତ୍ୟା କରିବାକୁ ଧମକ ଦେଇଛି। ସେମାନେ ଆମ ଘରେ ତାଲା ପକାଇ ଆମକୁ ଘରୁ ବାହାର କରି ଦେଇଛନ୍ତି।"

ବିଶାଲଙ୍କ ଅଭିଯୋଗ ପରେ ଏବେ ପୁଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ ବୋଲି ପ୍ରତିଶ୍ରୁତି ଦେଇଛି।