ଭୁଲ କାହାର, ମାଡ଼ ଖାଉଛି କିଏ? ଏହି ଭିଡିଓର ସତ୍ୟତା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ

ବିଜୟୱାଡା: ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ମହିଳା, ବସ୍‌ର ଡ୍ରାଇଭରଙ୍କୁ ମାଡ଼ ମାରୁଥିବାର ଦେଖିବାକୁ ମିଳିଛି | ତେବେ ମାଡ଼ ମାରିବାର କାରଣ ବାବଦରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ | କାରଣ ଏଥିରେ ଡ୍ରାଇଭରଙ୍କର କୌଣସି ଭୁଲ ନାହିଁ | ଏହି ଭିଡିଓକୁ ଜଣେ ସ୍ଥାନୀୟ ସାମ୍ବାଦିକ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଟ୍ୱିଟ କରିଛନ୍ତି। ବାସ୍ତବରେ ଆନ୍ଧ୍ରପ୍ରଦେଶର ବିଜୟୱାଡାଠାରେ ଜଣେ ମହିଳା ଭୁଲ ପାର୍ଶ୍ୱରେ ଯାଉଥିବାବେଳେ ସରକାରୀ ବସ୍ ତାଙ୍କ ସ୍କୁଟିକୁ ଧକ୍କା ଦେଇଥିଲା। ଏହି ଧକ୍କା ଯୋଗୁଁ ତାଙ୍କ ସ୍କୁଟି ଭାଙ୍ଗିଯାଇଥିଲା |

ତାଙ୍କ ସ୍କୁଟିର ଏପରି ଅବସ୍ଥା ଦେଖି ମହିଳା ଜଣକ ରାଗିଯାଇ ବସ୍ ଭିତରକୁ ଯାଇ ଡ୍ରାଇଭରଙ୍କ କଲର ଧରି ତାଙ୍କୁ ମାଡ ମାରିବାକୁ ଚେଷ୍ଟା କରିଥିଲେ | ମହିଳା ଜଣକ ଡ୍ରାଇଭରକୁ ଟାଣି ଆଣିବାକୁ ଚାହୁଁଥିଲେ ବି ସଫଳ ହୋଇନଥିଲେ | କେହି ଏହି ଘଟଣାର ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଅପଲୋଡ୍ କରିଥିଲେ | ଯେତେବେଳେ ଏହି ଭିଡିଓ ବିଜୟୱାଡା ପୁଲିସ ନିକଟରେ ପହଞ୍ଚିଥିଲା ​​ସେତେବେଳେ ପୁଲିସ ଏହି ମହିଳାଙ୍କ ବିରୋଧରେ ମାମଲା ରୁଜୁ କରିଛି ।


ଏହି ଭିଡିଓକୁ ରିଟ୍ୱିଟ କରି ଆଇପିଏସ୍ ଅଧିକାରୀ ଦୀପାନଶୁ କାବ୍ରା ଲେଖିଛନ୍ତି ଯେ ଜଣେ ମହିଳା ଡ୍ରାଇଭରକୁ ମାଡ ମାରିବା ସମ୍ପୂର୍ଣ୍ଣ ଭୁଲ୍, ଏହା ନିନ୍ଦନୀୟ। ଆଇନକୁ ହାତରେ ନେବାର ଅଧିକାର ତାଙ୍କର ନାହିଁ।

ସମ୍ବନ୍ଧିତ ଖବର