ମେଲବର୍ଣ୍ଣ : ଅଷ୍ଟ୍ରେଲିଆରେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫିରେ ବିରାଟ କୋହଲିଙ୍କ ପ୍ରଦର୍ଶନ ଭଲ ନାହିଁ। ଏହି ଡାହାଣ ହାତୀ ବ୍ୟାଟ୍ସମ୍ୟାନ୍ ପର୍ଥ ଟେଷ୍ଟରେ ଶତକ ହାସଲ କରିଥିଲେ ମଧ୍ୟ ପରବର୍ତ୍ତୀ ୩ଟି ଇନିଂସରେ ବିଫଳ ହୋଇଥିଲେ। ବଡ଼ କଥା ହେଉଛି ପରବର୍ତ୍ତୀ ୩ଟି ଇନିଂସରେ ବିରାଟ କୋହଲି ପ୍ରାୟ ସମାନ ଢଙ୍ଗରେ ଆଉଟ୍ ହୋଇଥିଲେ। ଅଫ୍ ଷ୍ଟମ୍ପ୍ ବାହାରେ ଥିବା ବଲ୍ ରେ ସେ ଜବରଦସ୍ତ ସଟ୍ ଖେଳିବାକୁ ଚେଷ୍ଟା କରିଥିଲେ ଏବଂ ଏହାର ପରିଣାମ ଥିଲା ତାଙ୍କ ୱିକେଟ୍। ବିରାଟ କୋହଲି ନିଜର ଭୁଲ ସ୍ୱୀକାର କରିଛନ୍ତି । ମେଲବର୍ଣ୍ଣ ଟେଷ୍ଟରେ ପ୍ରଥମ ଦିନର ଖେଳ ଶେଷ ହେବା ପରେ ବିରାଟ କୋହଲି  ସ୍ୱୀକାର କରିଛନ୍ତି ଯେ ଶେଷ ୨-୩ ଇନିଂସରେ ବ୍ୟାଟିଂ କ୍ଷେତ୍ରରେ ସେ ଶୃଙ୍ଖଳିତ ନ ଥିଲେ।

Advertisment

ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ବିରାଟ କୋହଲି କହିଛନ୍ତି, 'ମୁଁ ସ୍ୱୀକାର କରୁଛି, ଶେଷ ଦୁଇ-ତିନି ଇନିଂସ ମୁଁ ଚାହୁଁଥିବା ଭଳି ହୋଇନଥିଲା। ପିଚ୍ ରେ ରହିବା ପାଇଁ ମୁଁ ଶୃଙ୍ଖଳା ଦେଖାଇ ନଥିଲି। ଏହା ହିଁ ଟେଷ୍ଟ କ୍ରିକେଟର ଅସଲ ଚ୍ୟାଲେଞ୍ଜ । ପୂର୍ବ ଗସ୍ତ ତୁଳନାରେ ଏଥର ଅଷ୍ଟ୍ରେଲିଆର ପିଚ୍ ଦ୍ରୁତ ଓ ବାଉନ୍ସି ହୋଇଥିବାରୁ ଏଠାରେ ଭିନ୍ନ ଆଭିମୁଖ୍ୟର ଆବଶ୍ୟକତା ରହିଛି। କିନ୍ତୁ ଭିନ୍ନ ଭିନ୍ନ ପରିସ୍ଥିତିରେ ଭଲ ପ୍ରଦର୍ଶନ କରିବା ହିଁ ଅସଲ ଖେଳ।

ସୂଚନାଯୋଗ୍ୟ ଯେ ଅଷ୍ଟ୍ରେଲୀୟ ଖେଳାଳି ସାମ କୋନଷ୍ଟାସଙ୍କୁ ଧକ୍କା ଦେଇଥିବା ଅଭିଯୋଗରେ ଆଇସିସି ବିରାଟଙ୍କ ମ୍ୟାଚ ଫିର ୨୦% କାଟିଦେଇଛି ।