ସର୍ଟସ୍‌ ପରିଧାନ କରି ଟସ୍‌ ପାଇଁ ପଡ଼ିଆକୁ ଆସି ସମାଲୋଚନାର ଶରବ୍ୟ ହେଲେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି

ସିଡ୍‌ନି (ଅଷ୍ଟ୍ରେଲିଆ): ସଂପ୍ରତି ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିବା ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କୁ ଆଜି ଅଷ୍ଟ୍ରେଲିଆରେ ଅପଦସ୍ଥ ହେବାକୁ ପଡ଼ିଛି। ସିରିଜ୍‌ ଆରମ୍ଭ ପୂର୍ବରୁ ଆଜି ଉଭୟ ଦେଶରେ ଅନୁଷ୍ଠିତ ହେବାକୁ ଥିବା ଓ୍ଵାର୍ମଅପ୍‌ ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଦିବସରେ ଖେଳ ଆରମ୍ଭ ପୂର୍ବରୁ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଟସ୍‌ ପକାଇବାକୁ ପଡ଼ିଆ ମଧ୍ୟକୁ ଆସିଥିବା ବେଳେ ସର୍ଟସ୍‌ ପରିଧାନ କରି ଆସିଥିଲେ। କିନ୍ତୁ, ଅଷ୍ଟ୍ରେଲିଆ ଏକାଦଶର ଅଧିନାୟକ ଫୁଲପ୍ୟାଣ୍ଟ ପରିଧାନ କରି ପଡ଼ିଆକୁ ଆସିଥିଲେ। ଟସ୍‌ରେ ଅଷ୍ଟ୍ରେଲିଆ ବିଜୟୀ ହୋଇଥିଲା। ହେଲେ, ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଟସ୍‌ ପକାଇବାକୁ ସର୍ଟସ୍‌ ପରିଧାନ କରି ପଡ଼ିଆ ମଧ୍ୟକୁ ଆସିବା ଘଟଣାକୁ ତାଙ୍କ ଫ୍ୟାନ୍‌ମାନେ ଗ୍ରହଣ କରିପାରି ନଥିଲେ। ସେମାନେ ସୋସିଆଲ ମିଡିଆରେ ଏଥିପାଇଁ ତାଙ୍କୁ କଟୁ ସମାଲୋଚନା କରିବା ଆରମ୍ଭ କରି ଦେଇଥିଲେ।
ଉଲ୍ଲେଖଯୋଗ୍ୟ ଗତ କାଲି ଆରମ୍ଭ ହେବାକୁ ଥିବା ଏହି ମ୍ୟାଚ୍‌ ବର୍ଷା ପାଇଁ ବାଧାପ୍ରାପ୍ତ ହୋଇଥିଲା। ସେଥିପାଇଁ ଆଜି ଦ୍ୱିତୀୟ ଦିନରେ ଏହି ମ୍ୟାଚ୍‌ ଆୟୋଜିତ ହୋଇଥିଲା।

ସମ୍ବନ୍ଧିତ ଖବର