ବେଙ୍ଗାଲୁରୁ: ଆରସିବିର ବିଜୟ ଶୋଭାଯାତ୍ରା ବେଳେ ଦଳାଚକଟା ଘଟଣା । ୧୧ ଜଣଙ୍କ ମୃତ୍ୟୁ ପରେ ମୁହଁ ଖୋଲିଲେ ଆରସିବିର ଷ୍ଟାର୍ ବ୍ୟାଟର ବିରାଟ କୋହଲି । ଦଳାଚକଟା ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତି ଏବଂ ଆହତ ହୋଇଥିବା ବ୍ୟକ୍ତିଙ୍କ ପାଇଁ ଇନଷ୍ଟାଗ୍ରାମରେ ଲେଖି ଦୁଃଖ ପ୍ରକାଶ କରିଛନ୍ତି କୋହଲି ।
ଘଟଣାକୁ ନେଇ ବିରାଟ କହିଛନ୍ତି- ମୁଁ ଶବ୍ଦହୀନ, ମୁଁ ମର୍ମାହତ... ବେଙ୍ଗାଲୁରୁ ଦଳାଚକଟା ଘଟଣା ନେଇ ଆରସିବି ତରଫରୁ କରାଯାଇଥିବା ଏକ ପୋଷ୍ଟରେ କୋହଲି କମେଣ୍ଟ ଦେଇ ନିଜର ଦୁଃଖ ପ୍ରକାଶ କରିଛନ୍ତି ।
ସେପଟେ ଘଟଣାକୁ ନେଇ କାନ୍ଦିଛନ୍ତି କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର । ଦଳାଟକଟା ପରେ ପ୍ରଥମ ପ୍ରତିକ୍ରିୟା ଦେଇ ଶିବକୁମାର କାନ୍ଦିଥିବା ବେଳେ ସେ କହିଛନ୍ତି ମୋ ଆଖି ଆଗରେ ମୁଁ ୧୦ଟି ମୃତଦେହ ଦେଖିଛି । ୧୫ ବର୍ଷ ବୟସ ଭିତରେ ପିଲାଙ୍କର ଏଭଳି ମୃତ୍ୟୁକୁ କେହି ପରିବାର ସହ୍ୟ କରିପାରିବେନାହିଁ ।
ତେବେ ଆଇପିଏଲ୍ ୧୮ ସିଜିନ୍ ଜିତିବା ପରେ ଆରସିବି ବେଙ୍ଗାଲୁରୁ ଚିନ୍ନାସ୍ବାମୀ ଷ୍ଟାଡିୟମ ଆଗରେ ବିଜୟ ପରେଡ କରୁଥିବା ବେଳେ ଏଭଳି ଦଳାଚକଟା ହୋଇଛି । ଗୋଟେ ଦଳାଟକଟାରେ ଜୀବନ ଯାଉଥିଲେ ବି ତଥାପି ଚାଲିଥିଲା ବିଜୟ ସେଲିବ୍ରେସନ୍ । ଆରସିବି ଆଇପିଏଲ୍ ଚାମ୍ପିୟନ ଟ୍ରଫି ନେଇ ବେଙ୍ଗାଲୁରୁରରେ ପହଞ୍ଚିବା ପରେ ଆରମ୍ଭ ହେଇଥିଲା ସେଲିବ୍ରେସନ୍ । ଆଉ ଆରସିବି ଟିମ୍ ଯେତେବେଳେ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ ପାଖରେ ପହଞ୍ଚିଥିଲା, ସେତେବେଳେ ଦେଖିଥିବା ମିଳିଥିଲା ଦଳାଚକଟା ।
#WATCH | Bengaluru: Karnataka DCM DK Shivakumar breaks down as he comes out to address the media for the first time after the #BengaluruStampede. pic.twitter.com/1GDMZOBAm4
— ANI (@ANI) June 5, 2025
ସ୍ଥିତି ଏମିତି ହେଲା ଯେ, ୧୧ ଲୋକଙ୍କ ଜୀବନ ଗଲା, ୩୩ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଘଟଣାକୁ ନେଇ ସାରା ଦେଶରେ ଚହଳ ପଡିଥିବା ବେଳେ ଏଥିପାଇଁ କିଏ ଦାୟୀ ? ୧୧ ଜୀବନ ଯିବାର ଦୋଷ କିଏ ମୁଣ୍ଡେଇବ ? କାହିଁକି ଏମିତି ହେଲା ପରିସ୍ଥିତି ? ତାକୁ ନେଇ ଏବେ ତର୍କ ବିତର୍କ ହେଉଛି ।