ବେଙ୍ଗାଲୁରୁ: ନିୟମ ଉଲ୍ଲଂଘନ କରିଥିବାରୁ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ପବକୁ ମିଳିଲା ନୋଟିସ୍। ବେଙ୍ଗାଲୁରୁ ଚିନ୍ନାସ୍ୱାମୀ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ ନିକଟରେ ଥିବା ଏହି ପବ୍ ଅଗ୍ନି ନିରାପତ୍ତା ନିୟମ ଉଲ୍ଲଂଘନ କରିଥିବା ଜଣାଯାଇଛି। ଏବିଷୟରେ ଜାଣିବା ପରେ ବେଙ୍ଗାଲୁରୁ ବ୍ରୁହତ୍ ମହାନଗର ପାଳିକା (ବିବିଏମପି) କ୍ରିକେଟର ବିରାଟ କୋହଲିଙ୍କ ପବ୍ 'ୱାନ ୮ କମ୍ୟୁନି'କୁ ନୋଟିସ ଜାରି କରିଛି।
ଏହାପୂର୍ବରୁ ନଭେମ୍ବର ୨୯ରେ ସାମାଜିକ କାର୍ଯ୍ୟକର୍ତ୍ତା ଏଚ୍ ଏମ ଭେଙ୍କଟେଶ ଏବଂ କୁନିଗାଲ ନରସିଂହମୂର୍ତ୍ତିଙ୍କ ଅଭିଯୋଗ ପରେ ଏକ ନୋଟିସ୍ ଜାରି କରାଯାଇଥିଲା। ହେଲେ ଆଜି ପର୍ଯ୍ୟନ୍ତ ନୋଟିସର କୌଣସି ଉତ୍ତର ମିଳିନଥିବା ସାମ୍ନାକୁ ଆସିଛି। ବର୍ତ୍ତମାନ, ବିବିଏମପି ପବକୁ ଜବାବ ଦେବା ପାଇଁ ସାତ ଦିନର ସମୟସୀମା ଦେଇଛି। ଯଦି ଏଥର ମଧ୍ୟ ଜବାବ ନମିଳେ, ତେବେ ଉକ୍ତ ପବ୍ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିବିଏମପିର ଶାନ୍ତିନଗର ବିଭାଗର ସ୍ୱାସ୍ଥ୍ୟ ଅଧିକାରୀ ଦେଇଥିବା ନୋଟିସରେ ସ୍ପଷ୍ଟ କରିଛନ୍ତି।
ଅନ୍ୟପକ୍ଷରେ ଏହି ନୋଟିସକୁ ନେଇ ଏପର୍ଯ୍ୟନ୍ତ ବିରାଟ ବା ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା କୌଣସି ପ୍ରତିକ୍ରିୟା ରଖିନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2024/12/21/Gipyctg0mvNwL5qYAq42.jpg)
