୩୨ ବର୍ଷରେ ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି

ନୂଆଦିଲ୍ଲୀ: ପଡିଆରେ କଥା କୁହେ ତାଙ୍କ ବ୍ୟାଟ । ତାଙ୍କ ପାଇଁ କୈଣସି ପରିଚୟର ଆବଶ୍ୟକତା ନାହିଁ । ବିଶ୍ୱର ଶ୍ରେଷ୍ଠ କ୍ରିକେଟରଙ୍କ ମଧ୍ୟରେ ସେ ହେଉଛନ୍ତି ଅନ୍ୟତମ। ସେ ଆଉ କେହି ନୁହେଁ ସେ ହେଉଛନ୍ତି ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି । ଭାରତୀୟ ଟିମ ପାଇଁ ତାଙ୍କ ଅବଦାନ ଅତୁଳନୀୟ । ଆଜି ଏହି ମହାନ କ୍ରିକେଟରଙ୍କ ଜନ୍ମଦିନ । ଆଜି ୩୨ ବର୍ଷରେ ପାଦ ଦେଇଛନ୍ତି ବିରାଟ ।

୫ ନଭେମ୍ବର ୧୯୮୮ ମସିହା ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ବିରାଟ । ତାଙ୍କ ବାପା ପ୍ରେମ କୋହଲି ହେଉଛନ୍ତି ଜଣେ କ୍ରିମିନାଲ ଲୟର ଓ ମାଙ୍କ ନାଁ ସରୋଜ କୋହଲି । ପରିବାର ଲୋକଙ୍କ କହିବା ଅନୁଯାୟୀ ବିରାଟ ପିଲା ବେଳୁ କ୍ରିକେଟ ପ୍ରତି ଆକର୍ଷିତ ଥିଲେ । ୧୯୯୮ ମସିହାରେ ସ୍କୁଲରେ ପାଠ ପଢୁଥିବା ବେଳେ ୱେଷ୍ଟ ଦିଲ୍ଲୀ କ୍ରିକେଟ ଏକାଡେମୀରେ ବିରାଟ ଯୋଗ ଦେଇଥିଲେ ।

ପରେ ସେ ଆରମ୍ଭ କରିଥିଲେ ତାଙ୍କ କ୍ରିକେଟ କ୍ୟାରିୟର । ୨୦୦୨ ମସିହାରେ ଦିଲ୍ଲୀ ପକ୍ଷରୁ ୧୫ ବର୍ଷରୁ କମ କ୍ରିକେଟ ଟିମରେ ଖେଳିଥିଲେ ବିରାଟ । ପରେ ୨୦୦୬ରେ ବିରାଟ ୧୯ ବର୍ଷରୁ କମ ଭାରତୀୟ ଦଳରେ ସାମିଲ ହୋଇଥିଲେ। ୨୦୦୮ରେ ୧୯ ବର୍ଷରୁ କମ ଭାରତୀୟ ଦଳ ବିଶ୍ୱକପ ଜିତିବାରେ ସଫଳ ହୋଇଥିଲା । ଏହି ଟିମର ଅଧିନାୟକ ଥିଲେ ବିରାଟ କୋହଲି । ପରେ ସେହି ବର୍ଷ ବିରାଟ ଅନ୍ତର୍ଜାତୀୟ କ୍ରିକେଟରେ ପାଦ ଦେଇଥିଲେ । ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ସେ ଟିମ ଇଣ୍ଡିଆରେ ଡେବ୍ୟୁ କରିଥିଲେ । ୨୦୦୮ରୁ ଆଜି ପର୍ଯ୍ୟନ୍ତ ବିରାଟ ଅନେକ ସଫଳତା ହାସଲ କରିଛନ୍ତି । ତାଙ୍କ ନାଁରେ ଅନେକ ରେକର୍ଡ ସାମିଲ ହୋଇଥିବା ବେଳେ ବଡ ବଡ କ୍ରିକେଟରଙ୍କ ରେକର୍ଡ ମଧ୍ୟ ସେ ଭାଙ୍ଗିଛନ୍ତି ।

virat kohli: Family, failure, parathas: Virat Kohli pens letter to his 15-yr-old self 'Chiku'; includes notes to navigate through life - The Economic Times
The Economic Times

ବିରାଟ ଅନ୍ତର୍ଜାତୀୟ କ୍ରିକେଟରେ ଦ୍ରୁତତମ ଶତକ ହାସଲ କରିବାରେ ପ୍ରଥମ ଭାରତୀୟ । ଅନ୍ତର୍ଜାତୀୟ ୱାନଡେ କ୍ରିକେଟରେ ଦ୍ରୁତତମ ୮ ହଜାର, ୯ ହଜାର , ୧୦ ହଜାର ଓ ୧୧ ହଜାର ରନ ପୂରଣ କରିବାରେ କୋହଲି ସାରା ବିଶ୍ୱରେ ପ୍ରଥମ । ଦିନିକିଆ କ୍ରିକେଟରେ ଲଗାତାର ୩ ଶତକ ହାସଲ କରିଥିବା ପ୍ରଥମ ଭାରତୀୟ ହେଉଛନ୍ତି ବିରାଟ । ବିରାଟ ଟେଷ୍ଟ କ୍ରିକେଟରେ ଭାରତ ପାଇଁ ସର୍ବାଧିକ ୭ ଥର ଦ୍ୱିଶତକ ହାସଲ କରିଛନ୍ତି । ଏଥିରେ ସେ ସଚିନ ଓ ସେହୱାଗଙ୍କ ରେକର୍ଡ ଭାଙ୍ଗିଛନ୍ତି । ଏଭଳି ଅନେକ ରେକର୍ଡର ମାଇଲ ଖୁଣ୍ଟ ଛିଡା କରିଛନ୍ତି ଏହି ଭାରତୀୟ କ୍ରିକେଟର । ବର୍ତ୍ତମାନ ବିରାଟ ଦିନିକିଆ କ୍ରିକେଟରେ ଏକ ନମ୍ବର ବ୍ୟାଟ୍ସମ୍ୟାନ ତାଲିକାର ଶୀର୍ଷରେ ରହିଛନ୍ତି ।

ସମ୍ବନ୍ଧିତ ଖବର