କ୍ରିକେଟ୍ ପଡ଼ିଆରେ ବିରାଟ କୋହଲି ଦେଖାଇଲେ ବଡ଼ପଣ, ଆହତ ଜୋ ରୁଟଙ୍କୁ କଲେ ସାହାଯ୍ୟ

ନୂଆଦିଲ୍ଲୀ: କ୍ରିକେଟ୍ ପଡ଼ିଆରେ ବିରାଟ ଦେଖାଇଲେ ବଡ଼ପଣ । ଆଇସିସିଠାରୁ ଆରମ୍ଭ କରି ବିସିସିଆଇ ଯାଏ ସାରା କ୍ରିକେଟ୍ ଜଗତ କଲା ପ୍ରଂଶସା । ଶୁକ୍ରବାର ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଏପରି କିଛି କରି ଦେଖାଇଛନ୍ତି, ଯାହାକୁ ଦେଖି ସାରା କ୍ରିକେଟ୍ ଜଗତ ତାଙ୍କୁ ପ୍ରଂଶସାରେ ପୋତି ପକାଇଛି ।

ଚେନ୍ନାଇର ଚେପକ୍ ଗ୍ରାଉଣ୍ଡରେ ଆଜି ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ ଖେଳାଯାଉଥିଲା । ଏହି ମ୍ୟାଚରେ ବ୍ୟାଟିଂ କରୁଥିବା ଇଂଲଣ୍ଡ ଦଳର ଅଧିନାୟକ ଜୋ ରୁଟ୍ ହଠାତ୍ ନିଜ ଗୋଡ଼ରେ କଷ୍ଟ ଅନୁଭବ କରି ପଡ଼ିଆ ଭିତରେ ବସି ପଡ଼ିଥିଲେ । ଏହି ସମୟରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଯାଇ ତାଙ୍କ ଗୋଡ଼କୁ ଉଠାଇ ଧରିବା ସହିତ ‌ଷ୍ଟ୍ରେଚିଂ କରିବାକୁ ଲାଗିଥିଲେ । ଏହି ଭିଡିଓକୁ ବିସିସିଆଇ ନିଜ ସୋସିଆଲ୍ ମିଡିଆରେ ସେଆର୍ କରିବା ପରେ ଏହାକୁ ଦେଖି କ୍ରିକେଟ୍ ଜଗତ କୋହଲିଙ୍କ ପ୍ରଂଶସା କରିଛି । ଆଇସିସି ମଧ୍ୟ ଏହି ଭିଡିଓକୁ ସେୟାର କରିବା ସହିତ ବିରାଟ ସମସ୍ତଙ୍କ ହୃଦୟ ଜିତିଥିବା କହିଛି । ଏହାସହିତ ଏହି ଭିଡିଓ କ୍ରିକେଟ୍ର ଖେଳୁଆଡ ଭାବନା କଥା କହୁଛି ବୋଲି ଆଇସିସି ଉଲ୍ଲେଖ କରିଛି ।

ଆଜିର ମ୍ୟାଚରେ ଇଂଲଣ୍ଡ ଦଳ ଜୋ ରୁଟଙ୍କ ଚତ୍ମକାର ଶତକୀୟ ଇଂନିସ ବଳରେ ୨୬୩ ରନ୍ କରିପାରିଛି । ରୁଟ୍ ମଧ୍ୟ ୧୨୮ ରନ୍ କରି ଅପରାଜିତ ଅଛନ୍ତି । ଭାରତ ପକ୍ଷରୁ ଦ୍ରୁତ ବୋଲର ଜଶପ୍ରୀତ ବୁମରା ୨ଟି ୱିକେଟ୍ ନେଇଥିବାବେଳେ ଅଫ୍ ସ୍ପିନର ଅଶ୍ୱିନୀ ଗୋଟିଏ ୱିକେଟ୍ ନେଇଛନ୍ତି ।

ସମ୍ବନ୍ଧିତ ଖବର