ବିରେନ୍ଦ୍ର ସେହୱାଗଙ୍କ ଘର ଉପରେ ପଙ୍ଗପାଳ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋଟକ ଓପନର୍‌ କୁହାଯାଉଥିବା ବିରେନ୍ଦ୍ର ସେହୱାଗଙ୍କ ଘର ଉପରେ ପଙ୍ଗପାଳ ଅତିକ୍ରମ କରିଛନ୍ତି। ଯାହାର ଏକ ଭିଡିଓକୁ ବିରେନ୍ଦ୍ର ନିଜେ  ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି।

ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ପଙ୍ଗପାଳ ଦେଖିବାକୁ ମିଳିଛି। ତେବେ ଏହି ପଙ୍ଗପାଳ ଆକ୍ରମଣରୁ ବିରେନ୍ଦ୍ର ସେହୱାଗ ଅଳ୍ପକେ ଭର୍ତ୍ତି ଯାଇଛନ୍ତି। ସୋସିଆଲ ମିଡିଆରେ ସକ୍ରିୟ ଥିବା ବିରେନ୍ଦ୍ର ସେହୱାଗ ଇନଷ୍ଟାଗ୍ରାମରେ ପଙ୍ଗପାଳଙ୍କ ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ଦେଖାଯାଇଛି ଯେ ପଙ୍ଗପାଳର ଏକ ବଡ଼ ଦଳ ସେହୱାଗଙ୍କ ଘର ଉପର ଦେଇ ଉଡ଼ି ଯାଉଛନ୍ତି।

 

 

View this post on Instagram

 

Locusts attack , right above the house #hamla

A post shared by Virender Sehwag (@virendersehwag) on

ଏହି ଭିଡିଓ ସେୟାର କରି ବିରେନ୍ଦ୍ର ସେହୱାଗ ଏକ କ୍ୟାପସନରେ ଲେଖିଛନ୍ତି, ‘ପଙ୍ଗପାଳ ଆକ୍ରମଣ, ସିଧାସଳଖ ଘର ଉପରେ, # ଆକ୍ରମଣ।’

ଏହା ପରେ ଷ୍ଟାର୍‌ ସ୍ପୋର୍ଟସ୍‌ ଆଙ୍କର୍‌ ଜାତିନ୍‌ ସାପ୍ରୁ ପ୍ରତିକ୍ରୟା ଦେଇ ଲେଖିଛନ୍ତି, ‘ଦୟାକରି ତୁମର ବ୍ୟାଟ୍‌ ବାହାରେ ରଖିଦିଅ। ଆପଣାଛାଏଁ ଚାଲିଯିବେ।’

Virender Sehwag shares a video of locust attack over his house in ...
CricTracker.com

ଉଲ୍ଲେଖଯୋଗ୍ୟ, ବିରେନ୍ଦ୍ର ସେହୱାଗ ୧୦୪ଟି ଟେଷ୍ଟରେ ହାରାହାରି ୮୫୮୬ ରନ୍‌ କରିଥିଲେ, ସେଥିମଧ୍ୟରୁ ୨୩ଟି ଶତକ ଏବଂ ୩୨ଟି ଅର୍ଦ୍ଧ ଶତକ ରହିଥିଲା। ତାଙ୍କର ସର୍ବୋତ୍ତମ ରନ୍‌ ୩୧୯ ରହିଛି। ବୀରୁ ୨୫୧ଟି ଓ୍ଵାନ୍‌ଡେରେ ୮୨୭୩ ରନ୍‌ କରିଥିଲେ। ଯେଉଁଥିରେ ୧୫ଟି ଶତକ ଏବଂ ୩୮ଟି ଅର୍ଦ୍ଧଶତକ ମଧ୍ୟ ରହିଥିଲା।

ଓ୍ଵାନ୍‌ଡେ ଫାର୍ମେଟରେ ବୀରୁଙ୍କ ସର୍ବୋତ୍ତମ ରନ୍‌ ୨୧୯ ରହିଛି। ଏହା ବ୍ୟତୀତ ବିରେନ୍ଦ୍ର ୧୯ ଟି -୨୦ ମ୍ୟାଚରେ ୩୯୪ ରନ୍‌ ସଂଗ୍ରହ କରିଥିବା ବେଳେ ୬୮ ରନ୍‌ ତାଙ୍କର ସର୍ବାଧିକ ସ୍କୋର ରହିଥିଲା। ସେହୱାଗ ଭାରତୀୟ ଦଳର ଏପରି ଜଣେ ଖେଳାଳି ଯିଏକି ୨୦୦୭ରେ ଟି -୨୦ ବିଶ୍ୱକପ ଏବଂ ୨୦୧୧ ରେ କ୍ରିକେଟ୍‌ ବିଶ୍ୱକପ ଜିତିଥିଲେ।

ସମ୍ବନ୍ଧିତ ଖବର